ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉରଜୀତ ପଟେଲ ସୋମବାର ନିଜ ପଦରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି | ଏକ ବିବୃତ୍ତିରେ ଉରଜୀତ ପଟେଲ କହିଛନ୍ତି ଯେ ଏହା ତାଙ୍କର ସୌଭାଗ୍ୟ ଯେ ସେ ରିଜର୍ଭ ବ୍ୟାଙ୍କର ବିଭିନ୍ନ ପଦରେ ରହିଥିଲେ | ସେ ରଘୁରାମ ରାଜନଙ୍କ ପରେ 2016 ସେପ୍ଟେମ୍ବରରେ ରିଜର୍ଭ ବ୍ୟାଙ୍କର 24ତମ ଗଭର୍ଣ୍ଣର ଭାବେ ଦାୟିତ୍ବ ବହନ କରିଥିଲେ | ଗଭର୍ଣ୍ଣରଙ୍କ ଇସ୍ତଫା ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଏକ ଟୁଇଟରରେ ଶ୍ରୀ ପଟେଲଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଥିବାବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି ଯେ ତାଙ୍କୁ କାମ କରିବାକୁ ଦିଆନଯିବାରୁ ସେ ଇସ୍ତଫା ଦେଲେ |