ୟେମେନ ସରକାର ଏବଂ ହୋଦି ବିଦ୍ରୋହୀଙ୍କ ମଧ୍ୟରେ ଜାରି କଥାବାର୍ତ୍ତାର ଶେଷ ଦିନରେ ଜାତିସଂଘ ମୁଖ୍ୟ ଯୋଗଦେବେ

 

ୟେମେନ ସରକାର ଏବଂ ହୋଦି ବିଦ୍ରୋହୀଙ୍କ ମଧ୍ୟରେ ସ୍ୱୀଡେନରେ ଜାରି କଥାବାର୍ତ୍ତାର ଆଜି ଶେଷ ଦିନରେ ଜାତିସଂଘ ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ ଗୁଟେରେସ ଯୋଗଦେବେ |

ଜାତିସଂଘର ମଧ୍ୟସ୍ଥତାରେ ଷ୍ଟକହୋମର ଉତ୍ତରକୁ ଥିବା ରିମ୍ବୋ ଗ୍ରାମରେ ୟେମେନ ସରକାର ଏବଂ ହୋଦି ବିଦ୍ରୋହୀ ମାନଙ୍କ ମଧ୍ୟରେ ଜାରି ଥିବା କଥାବାର୍ତ୍ତାରେ ଜାତିସଂଘ ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ ଗୁଟେରେସ ଅଂଶଗ୍ରହଣ କରିବା ବିଷୟ ଜାତିସଂଘ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି |