ଚୀନର ଗୁଆନଜୁହ ଠାରେ ଗୁରୁବାର ଅନୁଷ୍ଠିତ ବିଶ୍ବ ଟୁର ଫାଇନାଲ୍ସର ଗୃପ ଏ ମ୍ୟାଚରେ ଭାରତର ପି ଭି ସିନ୍ଧୁ ତାଙ୍କର ଦ୍ବିତୀୟ ବିଜୟ ହାସଲ କରିଛନ୍ତି । ସେ ତାଇୱାନର ତାଇ ଜୁ ୟିଙ୍ଗଙ୍କୁ 14-21,21-16, ଏବଂ 21-18 ସେଟରେ ହରାଇଛନ୍ତି । ପୁରୁଷ ବିଭାଗରେ ଭାରତର ସମୀର ବର୍ମା ଇଣ୍ତୋନେସିଆର ଟୋମି ସୁଗିଆର୍ତୋଙ୍କୁ ହରାଇଛନ୍ତି । ସମୀର ଶୁକ୍ରବାର ଥାଇଲାଣ୍ତର କାଣ୍ଟାଫୋନ ୱାଙ୍ଗଚାରୋଏନଙ୍କୁ ଭେଟିବେ ।