ପ୍ରଖ୍ୟାତ ଇଂରାଜୀ ଲେଖକ ଅମିତାଭ ଘୋଷ ଚଳିତ ବର୍ଷ 54ତମ ଜ୍ଞାନପୀଠ ପୁରସ୍କାର ପାଇବେ | ସାହିତ୍ୟ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ମର୍ଯ୍ୟଦାଜନକ ପୁରସ୍କାରରେ ସମ୍ମାନୀତ କରାଯିବା ଭାରତୀୟ ଜ୍ଞାନପୀଠ ଶୁକ୍ରବାର ଘୋଷଣା କରିଛି |
ଔପନାସିକ ଅମିତାଭ ଘୋଷ ତାଙ୍କ ରଚନା ମାଧ୍ୟମରେ ପୁରାତନକୁ ବର୍ତ୍ତମାନର ପ୍ରାସଙ୍ଗିକତା ମଧ୍ୟରେ ସମନ୍ବୟ କରି ସାହିତ୍ୟକୁ ରୁଦ୍ଧିମନ୍ତ କରିବାରେ ଅନନ୍ୟ ପାରଦର୍ଶିତା ପ୍ରଦର୍ଶନ କରିଥାନ୍ତି | ବିଚାରମଣ୍ତଳୀର ଅଧ୍ୟକ୍ଷା ପ୍ରଖ୍ୟାତ ଲେଖିକା ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଆହୁତ ବୈଠକରେ ଗତକାଲି ଅମିତାଭଙ୍କ ନାମ ଘୋଷଣା କରାଯାଇଛି | ଶ୍ରୀ ଘୋଷ କାଳଜୟୀ ଉପନ୍ୟାସ as “Shadow Lines”, “The Glass Palace”, “The Hungry Tide”, “Sea of Poppies”, “River of Smoke”, “Flood of Fire” ପାଇଁ ବେଶ ଲୋକପ୍ରୀୟତା ଅର୍ଜନ କରିଛନ୍ତି |