ଭାରତୀୟ ରିଜର୍ଭ ବ୍ୟାଙ୍କ ଶ୍ରୀଲଙ୍କାର ସେଣ୍ଟ୍ରାଲ ବ୍ୟାଙ୍କକୁ 400 ମିଲିୟନ ଆମେରିକୀୟ ଡଲାର ବିନିମୟ ପ୍ରଦାନ କରିଛି

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ବିନିମୟ ଆୟୋଜନ ଅନ୍ତର୍ଗତ ଶ୍ରୀଲଙ୍କାର ସେଣ୍ଟ୍ରାଲ ବ୍ୟାଙ୍କକୁ 400 ମିଲିୟନ ଆମେରିକୀୟ ଡଲାର ପ୍ରଦାନ କରିଛି | ବିନିମୟ ପରିମାଣ ବୃଦ୍ଧି ସକାଶେ RBI ଏହି ରାଶି ପ୍ରଦାନ କରିବାକୁ ରାଜି ହୋଇଥିବା ବିଷୟ ବୁଧବାରଦିନ ଶ୍ରୀଲଙ୍କା ସେଣ୍ଟ୍ରାଲ ବ୍ୟାଙ୍କ କହିଛି |

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଠାରୁ ଅତିରିକ୍ତ  1 ବିଲିୟନ ଆମେରିକୀୟ ଡଲାର ବିନିମୟ – SWAP ଆୟୋଜନ ପାଇଁ ନିବେଦନ କରାଯିବାକୁ ବିବେଚନା କରାଯାଉଥିବା ବିଷୟରେ ମଧ୍ୟ ଶ୍ରୀଲଙ୍କା ସେଣ୍ଟ୍ରାଲ ବ୍ୟାଙ୍କ ଜଣାଇଛି |

ସାର୍କ ବିନିମୟ ସୁବିଧା ଅଧୀନରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏହି ପାଣ୍ଠି ଯୋଗାଇଦେବାକୁ ରାଜି ହୋଇଥିବା ବିଷୟ ସେଣ୍ଟ୍ରାଲ ବ୍ୟାଙ୍କ ଜଣାଇଛି |