ଆଇଡବ୍ଲୁଏଫ ସଭାପତିଙ୍କୁ ଟୋକିଓ ଅଲମ୍ପିକ୍ସ ପାଇଁ ଚେଫ ଦେ ମିଶନ ଭାବରେ ଚୟନ କରାଯାଇଛି

ଭାରତୀୟ ଭାର ଉତ୍ତୋଳନ ମହାସଂଘ (ଆଇଡବ୍ଲୁଏଫ)ର ସଭାପତି ବିରେନ୍ଦ୍ର ପ୍ରସାଦ ବୈସୟାଙ୍କୁ 2020 ଟୋକିଓ ଅଲମ୍ପିକ୍ସ ପାଇଁ ଚେଫ ଦେ ମିଶନ ଭାବେ ଚୟନ କରାଯାଇଛି । ଆଇଡବ୍ଲୁଏଫର ସଂପାଦକ ,ହଦେବ ଯାଦବ କହିଛନ୍ତି ଯେ ପ୍ରଥମ ଥର ପାଇଁ ଭାରଉତ୍ତୋଳନକୁ ଅଲମ୍ପିକ୍ସ ସକାଶେ ଚେଫ ଦେ ମିଶନର ମର୍ଯ୍ୟଦା ମିଳିଛି । ଶ୍ରୀ ବୈସୟା ଭାରତୀୟ ଅଲମ୍ପିକ ଆସୋସିଏସନର ଉପ ସଭାପତି ମଧ୍ୟ ଅଛନ୍ତି ।