ଆକାଶବାଣୀ ଜାତୀୟ କବି ସମ୍ମିଳନୀ ର ଆୟୋଜନ କରିଛି

ଆକାଶବାଣୀ ଦ୍ଵାରା  ଆୟୋଜିତ 64 ତମ ଜାତୀୟ କବି ସମ୍ମିଳନୀ ଗତ ସନ୍ଧ୍ୟାରେ ଚେନ୍ନାଇ ରେ ଆରମ୍ଭ ହୋଇଛି |  ଭାରତୀୟ ସମ୍ବିଧାନ ର ଅଷ୍ଟମ  ଧାରାର ସମସ୍ତ 22 ଟି ଭାଷାର 23 ଜଣ ପ୍ରଖ୍ୟାତ କବି ଏହି କବି ସମ୍ମିଳନୀ ରେ ଅଂଶଗ୍ରହଣ କରିଛନ୍ତି |

ସର୍ବ ଭାଷା କବି ସମ୍ମେଳନକୁ  ଉଦଘାଟନ କରି ତାମିଲନାଡୁ ରାଜ୍ୟପାଳ ବନୱାରିଲାଲ ପୁରୋହିତ କହିଛନ୍ତି  କବିତା ଗୁଡିକର ଜାତୀୟ ସଂହତି ଓ ଭାଷାଗତ ସଦଭାବନା କ୍ଷେତ୍ରରେ ଉଲ୍ଲେଖନୀୟ  ଅବଦାନ ରହିବା ସହ ଏହା ମନ ଓ ହୃଦୟ କୁ ପ୍ରଜ୍ଵଳିତ କରିଥାଏ |

ଆକାଶବାଣୀ ର ମହାନିର୍ଦ୍ଦେଶକ ଫୟାଜ ସେରୟାର ଏହି ଅବସରରେ କବି ସମ୍ମିଳନୀର ପରମ୍ପରାର ସ୍ମୃତି ଚାରଣ କରିଥିଲେ ଓ ଚେନ୍ନାଇ ରେ ପ୍ରଥମ ଥର ଲାଗି ଏହି କବି ସମ୍ମିଳନୀ ର ଆୟୋଜନ କରାଯାଇଛି ବୋଲି କହିଥିଲେ  |

ଚଳିତ ମାସ 25 ତାରିଖରେ ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଏହି କବି ସମ୍ମିଳନୀ ଉପରେ ଆଧାରିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମକୁ ଆକାଶବାଣୀ ରେ ପ୍ରସାର କରାଯିବ |