ଖେଲୋ ଇଣ୍ତିଆରେ ମହାରାଷ୍ଟ୍ର 15ଟି ସୌର୍ଣ୍ଣ ପଦକ ସହିତ ପଦକ ତାଲିକାର ଶିର୍ଷରେ ପହଞ୍ଚିଛି

ପୁନେରେ ଗତକାଲି ଶେଷ ହୋଇଥିବା ଦ୍ବିତୀୟ ଦିନରେ ଖେଲୋ ଇଣ୍ତିଆ ଯୁବ କ୍ରୀଡାରେ ମହାରାଷ୍ଟ୍ର 15ଟି ସ୍ବର୍ଣ୍ଣ ସହିତ ମୋଟ 57ଟି ପଦକ ପାଇ ପଦକ ତାଲିକାର ଶିର୍ଷରେ ରହିଛି । ମହାରାଷ୍ଟ୍ର 15ଟି ସ୍ବର୍ଣ୍ଣ ବ୍ୟତିତ 19ଟି ରୌପ୍ୟ ଏବଂ 23ଟି ବ୍ରୋଞ୍ଚ ପଦକ ହାସଲ କରିଛି । ଦିଲ୍ଲୀ 13ଟି ସ୍ବର୍ଣ୍ଣ, 10ଟି ରୌପ୍ୟ ଏବଂ 13ଟି ବ୍ରୋଞ୍ଚ ପଦକ ପାଇ ପଦକ ତାଲିକାର ଦ୍ବିତୀୟ ସ୍ଥାନ ହାସଲ କରିଛି । ହରିୟାଣା 12ଟି ସ୍ବର୍ଣ୍ଣ, 10ଟି ରୌପ୍ୟ ଏବଂ 18ଟି ବ୍ରୋଞ୍ଚ ପଦକ ସହ ତୃତୀୟ ସ୍ଥାନରେ ରହିଛି । ଉତ୍ତର ପ୍ରଦେଶ ଚତୁର୍ଥ ସ୍ଥାନ ହାସଲ କରିଛି ।