ଜିଏସଟି ପରିଷଦର  ନିଷ୍ପତ୍ତି ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ , ବ୍ୟବସାୟୀ ତଥା ସେବା କ୍ଷେତ୍ରକୁ ସହାୟତା କରିବ : ପ୍ରଧାନମନ୍ତ୍ରୀ  

 

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ କହିଛନ୍ତି ଯେ କ୍ଷୁଦ୍ର ବ୍ୟବସାୟ ସଙ୍କ୍ରାନ୍ତୀୟ ଜିଏସଟି ପରିଷଦର  ନିଷ୍ପତ୍ତି ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ , ବ୍ୟବସାୟୀ ତଥା ସେବା କ୍ଷେତ୍ରକୁ ସହାୟତା କରିବ |

ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଙ୍କ ଅଧ୍ୟକ୍ଷତା ରେ ଗତକାଲି ନୂଆଦିଲ୍ଲୀ ରେ ଅନୁଷ୍ଠିତ ଜିଏସଟି ପରିଷଦ ବୈଠକ ରେ କ୍ଷୁଦ୍ର ବ୍ୟବସାୟ କୁ ରିଲିଫ ଦେବା ଲାଗି ଜିଏସଟି ଛାଡ ସୀମାକୁ ଦ୍ଵିଗୁଣିତ କରାଯାଇଛି |

ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଗୁଡିକ ପାଇଁ ଏହି ଛାଡ ସୀମା 20 ଲକ୍ଷ କୁ ବୃଦ୍ଧି କରାଯାଇଥିବା ବେଳେ ଦେଶର ଅନ୍ୟ ସବୁ ଅଞ୍ଚଳ ପାଇଁ 40 ଲକ୍ଷ ପର୍ଯ୍ୟନ୍ତ ଛାଡ କରାଯାଇଛି |

ଜିଏସଟି ସମାହାର ଯୋଜନା ଅଧୀନରେ କ୍ଷୁଦ୍ର ବ୍ୟବସାୟୀ ମାନଙ୍କ କାରବାର ଉପରେ ଶତକଡା 1 ଭାଗ ଟିକସ ପ୍ରଦାନ ଲାଗି ଯେଉଁ ବ୍ୟବସ୍ଥା ଥିଲା ତାହାକକୁ  ଏଣିକି ଦେଢ କୋଟି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି | ଏକ କୋଟି କାରବାର ଉପରେ ଯେଉଁ ଶତକଡା 1 ଭାଗ ଟିକସ ଲାଗୁ ହେଉଥିଲା ଏବେ ତାହା ଦେଢ କୋଟି ଉପରେ  ଏପ୍ରିଲ ପହିଲାରୁ ଲାଗୁ କରାଯିବ |

ଶ୍ରୀ ମୋଦୀ ଟୁଇଟ କରି ଜିଏସଟି ପରିଷଦ ର ଏହି ନିଷ୍ପତ୍ତି କୁ ପ୍ରଶଂସା କରିଛନ୍ତି ଓ ଲୋକମାନଙ୍କୁ ସୁହାଇଲା ଭଳି ସରଳ ଜିଏସଟି ବ୍ୟବସ୍ଥା ଲାଗୁ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଜଣାଇଛନ୍ତି  |