ଟ୍ରମ୍ପ  ଆମେରିକା ମେକ୍ସିକୋ ସୀମାରେ ନିଜର ପାଚେରୀ ଯୋଜନାକୁ ନେଇ ସେଠାକୁ ଯାଇଛନ୍ତି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ଆମେରିକା ମେକ୍ସିକୋ ସୀମା ପାଚେରୀ ଦାବିକୁ ନେଇ ଗତକାଲି ଟେକ୍ସାସର ମାକଆଲେନରେ ପହଞ୍ଚିଛନ୍ତି ।ଟ୍ରମ୍ପ ପ୍ରଥମଥର ପାଇଁ ଆମେରିକା ମେକ୍ସିକୋ ସୀମାକୁ ଗସ୍ତ କରିଛନ୍ତି । ଟ୍ରମ୍ପ କହିଛନ୍ତି ଆମେରିକାକୁ ହିଂସା ଏବଂ ଅପରାଧରୁ ସୁରକ୍ଷା ଦେବା ପାଇଁ ବେଆଇନ ଅପ୍ରବାସକୁ ରୋକିବାକୁ ପଡିବ। ସୀମାରେ ପାଚେରୀ ନିର୍ମାଣ ପାଇଁ ଟ୍ରମ୍ପ 5.7 ବିଲିୟନ ଡଲାର ପାଣ୍ଠି ଅନୁମୋଦନ କରିବାକୁ ଚାହୁଁଥିବାବେଳେ ବିରୋଧି ସାଂସଦମାନେ ତାଙ୍କର ଏହି ନୀତିକୁ ଅଗ୍ରାହ୍ୟ କରି କହିଛନ୍ତି ଯେ ଅପ୍ରବାସୀମାନଙ୍କ ଦ୍ବାରା ଆମେରିକାକୁ କୌଣସି ବିପଦ ନାହିଁ ବରଂ ଟ୍ରମ୍ପ ନିଜପ ଦକ୍ଷିଣ ପନ୍ଥିମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ପ୍ରକଳ୍ପ ପଛରେ ପଡିଛନ୍ତି । ଟେକ୍ସାସରେ ପହଞ୍ଚି ଟ୍ରମ୍ପ କହିଛନ୍ତି ଯେ ଯଦି ତାଙ୍କ କଥା ନରୁହେ ତେବେ ସେ ସୁଇଜରଲ୍ୟାଣ୍ତର ଡାଭୋସରେ ହେବାକୁ ଯାଉଥିବା ବିଶ୍ବ ଅର୍ଥନୀତି ଫୋରମର ବାର୍ଷିକ ବୈଠକକୁ ଯିବେନାହିଁ ।