ନୱାଜ ସରିଫ ଙ୍କ ଦଣ୍ଡ ବିଧାନ କୁ ବାତିଲ କରିବା ଲାଗି ଆଗତ ଆବେଦନ ର ଶୁଣାଣୀ କରିବାଲାଗି  ପାକିସ୍ତାନ ର ଏକ ଅଦାଲତ ଜାନୁଆରୀ 21 ତାରିଖ କୁ ଦିନ ଧାର୍ଯ୍ୟ କରିଛନ୍ତି

ଅଲ – ଅଜିଜିଆ ଇସ୍ପାତ ମିଲ ଦୁର୍ନୀତି  ମାମଲାରେ ତାଙ୍କ ବିରୁଦ୍ଧରେ ଦଣ୍ଡ ବିଧାନ କୁ ବାତିଲ କରିବା ଲାଗି  ଜେଲଦଣ୍ଡ ଭୋଗ କରୁଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଙ୍କ ଦ୍ଵାରା ଆଗତ ଆବେଦନ ର ଶୁଣାଣୀ କରିବା ଲାଗି  ପାକିସ୍ତାନ ର ଏକ ଅଦାଲତ ଜାନୁଆରୀ 21 ତାରିଖ କୁ ଦିନ ଧାର୍ଯ୍ୟ କରିଛନ୍ତି |

ଇସଲାମାବାଦ ହାଇକୋର୍ଟ ମଧ୍ୟ ଏହି ମାମଲାର ଶୁଣାଣୀ କରିବା ପାଇଁ ଜଷ୍ଟିସ ଅମିର ଫାରୁକ ଓ ମୋହସିନ ଅଖତାର କିଆନି ଙ୍କୁ ନେଇ ଗଠିତ ଏକ ଦୁଇ ଜଣିଆ ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ ଗଠନ କରିଛନ୍ତି | ସରିଫ ଙ୍କ ଦଣ୍ଡବିଧାନ କୁ ବାତିଲ କରିବା ଲାଗି ଏହି ଖଣ୍ଡପୀଠ ଶୁଣାଣୀ କରିବେ |

ଅଲ – ଅଜିଜିଆ ଇସ୍ପାତ ମିଲ ଦୁର୍ନୀତି ମାମଲାରେ ଗତବର୍ଷ ଡିସେମ୍ବର 24 ତାରିଖରେ ଏକ ଉତ୍ତରଦାୟିତ୍ଵ ଅଦାଲତ ଶ୍ରୀ ସରିଫ ଙ୍କୁ ସାତ ବର୍ଷ କାରଦଣ୍ଡରେ ଦଣ୍ଡିତ କରିବା ସହ ତାଙ୍କ ଉପରେ 1.5 ବିଲିୟନ ଟଙ୍କା ଓ 25 ମିଲିୟନ ଆମେରିକୀୟ ଡଲାର ସମ୍ବଳିତ ଅର୍ଥ ଜୋରିମାନା ମଧ୍ୟ ଲାଗୁ  କରିଥିଲେ |

ପାକିସ୍ତାନ ରେ ତିନି ଥର ପ୍ରଧାନମନ୍ତ୍ରୀ ଦାୟିତ୍ଵ ତୁଲାଇଥିବା ଶ୍ରୀ ସରିଫ ଲାହୋର ର କୋଟ ଲାଖପତ ଜେଲ ରେ କାରାଦଣ୍ଡ ଭୋଗ କରୁଛନ୍ତି |