ପ୍ରଧାନମନ୍ତ୍ରୀ କହିଲେ 2019ରେ ସଂଖ୍ୟାଗରିଷ୍ଠତା ପାଇଲେ ମଧ୍ୟ ବିଜେପି ମେଣ୍ଟ ସରକାର ଗଠନ କରିବାକୁ ଆଗ୍ରହୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି 2019 ଲୋକସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠତା ପାଇଲେ ମଧ୍ୟ ବିଜେପି ମେଣ୍ଟ ସରକାର ଗଠନ କରିବାକୁ ଆଗ୍ରହୀ ଅଛି । ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନସିଙ୍ଗ ମାଧ୍ୟମରେ ତାମିଲନାଡୁର ବିଜେପି କର୍ମୀମାନଙ୍କ ସହିତ ଆଲୋଚନା ବେଳେ ଏହା କହିଛନ୍ତି । ଶ୍ରୀ ମୋଦି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ବିଭିନ୍ନ ଆଞ୍ଚଳିକ ଦଳକୁ ନେଇ ସଫଳତାର ସହିତ ମେଣ୍ଟ ସରକାର ଚଳାଇ ଏକ ନୂଆ ସଂସ୍କୃତିର ଆରମ୍ଭ କରିଛନ୍ତି । ସେ କହିଛନ୍ତି ଆମେ ବାଜପାୟୀଙ୍କ ପଥ ଅନୁସରଣ କରିବା ଯାହାଦ୍ବାରା ଦେଶର ବିକାଶ ପାଇଁ କେନ୍ଦ୍ର ଏବଂ ରାଜ୍ୟ ମିଳିତ ଭାବେ କାର୍ଯ୍ୟ କରିପାରିବେ । ସେ କହିଛନ୍ତି ବିଜେପି ମେଣ୍ଟ ପାଇଁ ନିଜର ଦ୍ବାର ଉନ୍ମୁକ୍ତ ରଖିଛି ।