ବିଜେପି ଜାତୀୟ ପରିଷଦ ବୈଠକ ନୂଆଦିଲ୍ଲୀରେ ଆରମ୍ଭ ହେଉଛି

ବିଜେପିର ଦୁଇଦିନିଆ  ଜାତୀୟ ପରିଷଦ ବୈଠକ ନୂଆଦିଲ୍ଲୀର ରାମଳୀଳା ମଇଦାନ ରେ ଆଜିଠୁ  ଆରମ୍ଭ ହେଉଛି | ବିଜେପି ସଭାପତି ଅମିତ ଶାହ  ଏହି ସମ୍ମିଳନୀ ର ଉଦଘାଟନ କରିବେ | ନୂଆଦିଲ୍ଲୀରେ ଦଳୀୟ ଯୁବା ଶାଖା ସଭାନେତ୍ରୀ ପୁନମ ମହାଜନ କହିଛନ୍ତି ଯେ ଦେଶର ବିଭିନ୍ନ ଭାଗର 12 ହଜାର ଦଳୀୟ କର୍ମୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଏହି କାର୍ଯ୍ୟକ୍ରମ ର ଉଦଯାପନୀ ସମାରୋହରେ ଉଦବୋଧନ ଦେବେ | ଏହି ପରିଷଦ ବୈଠକରେ ଦଳର ସବୁ  ନିର୍ବାଚିତ ସଦସ୍ୟ ମାନଙ୍କୁ ଆମନ୍ତ୍ରିତ କରାଯାଇଛି |

ଚଳିତ ବର୍ଷ ସାଧାରଣ ନିର୍ବାଚନ ହେବାକୁ ଥିବା ଦୃଷ୍ଟିରୁ ଏହି ବୈଠକ କୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି | ଏହି ବୈଠକରେ ଅନ୍ୟାନ୍ୟ ପ୍ରସଙ୍ଗ ସମେତ ଦଳୀୟ ରଣନୀତି ପ୍ରସ୍ତୁତ ହେବାର ଆଶା କରାଯାଉଛି |