ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ତାଙ୍କ ନେପାଳ ପ୍ରତିପକ୍ଷଙ୍କ ସହ ଆଲୋଚନା କଲେ

 

ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଗୁରୁବାର ଦିନ ନୂଆଦିଲ୍ଲୀରେ ତାଙ୍କ ନେପାଳ ପ୍ରତିପକ୍ଷ ପ୍ରଦୀପ କୁମାର ଗେୱାଲିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି । କୃଷି, ରେଲ ଏବଂ ଆନ୍ତଃଜଳପଥ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଦୁଇ ଦେଶର ସଂପର୍କକୁ ନେଇ ହୋଇଥିବା ଅଗ୍ରଗତି ଉପରେ ଦୁଇ ନେତା ସମୀକ୍ଷା କରିଛନ୍ତି। ଦୁଇ ନେତା ଦ୍ବିପକ୍ଷୀୟ ସଂପର୍କ କ୍ଷେତ୍ରରେ ହୋଇଥିବା ଅଗ୍ରଗତିକୁ ନେଇ ସନ୍ତୋଶ ପ୍ରକାଶ କରିଛନ୍ତି । ଦୁଇ ଦେଶ ମଧ୍ୟରେ ସଂପର୍କକୁ ଆହୁରି ଘନିଷ୍ଠ କରିବା ପାଇଁ ଉଭୟ ନେତା ସଂକଳ୍ପବଦ୍ଧତା ପ୍ରକାଶ କରିଛନ୍ତି ।