ବ୍ରେକ୍ସିଟ ଅଚଳାବସ୍ଥା ଦୂର କରିବାଲାଗି ନିର୍ବାଚନ କରିବାପାଇଁ ଲେବର ପାର୍ଟି ଆହ୍ଵାନ ଜଣାଇଛି

ବ୍ରେକ୍ସିଟ  ପ୍ରସଙ୍ଗ ନେଇ ପାର୍ଲିଆମେଣ୍ଟରେ ଜାରି ରହିଥିବା ଅଚଳାବସ୍ଥାର ପରିସମାପ୍ତି ଘଟାଇବାଲାଗି  ସାଧାରଣ ନିର୍ବାଚନ କରିବାପାଇଁ ବ୍ରିଟେନ ର ମୁଖ୍ୟ ବିରୋଧୀ ଲେବର ପାର୍ଟି ର ନେତା ଜେରେମି କୋରବୀନ ଗୁରୁବାର ଦିନ ଆହ୍ଵାନ  ଜଣାଇଛନ୍ତି |

ସେ କ୍ଷମତା କୁ ଆସିଲେ ବ୍ରସେଲ୍ସ ସହ କଥାବାର୍ତ୍ତା କରିବେ ବୋଲି  ଶ୍ରୀ ଜେରେମି କହିଛନ୍ତି | ସେ କହିଛନ୍ତି ଯେ ସରକାର ଯଦି ଏତେ ଗୁରୁତ୍ୱପୂର୍ଣ୍ଣ ବିଧେୟକ କୁ ପାସ କରାଇପାରିବେ ନାହିଁ ତେବେ ଯଥାଶୀଘ୍ର ସାଧାରଣ ନିର୍ବାଚନ କରିବା ଉଚିତ |

ତେଣେ ଏହି ବୁଝାମଣା ନେଇ କୌଣସି ପ୍ରକାରର ପୁନଃକଥାବାର୍ତ୍ତା ବିଷୟ ନେଇ  ୟୁରୋପୀୟ ସଂଘ ପ୍ରତ୍ୟାକ୍ଷାନ କରିଛି |

ସରକାର ଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ସେ କହିଛନ୍ତି | ସରକାର ଯଦି ଅନାସ୍ତା ପ୍ରସ୍ତାବ ରେ ହାରି ଯିବେ ତେବେ 14 ଦିନ ମଧ୍ୟରେ ଏକ ବିକଳ୍ପ ସରକାର ଗଠନ କରାଯିବ | ଆଉ ଯଦି ଏଥିରେ ମଧ୍ୟ ବିଫଳ ହୁଅନ୍ତି ତେବେ ସାଧାରଣ ନିର୍ବାଚନ ଲାଗି ଆହ୍ଵାନ ଦିଆଯିବ ବୋଲି ମୁଖ୍ୟ ବିରୋଧୀ ଲେବର ପାର୍ଟି ର ନେତା ଜେରେମି  କହିଛନ୍ତି |