ଭାରତର ବିଭିନ୍ନ ଭାଗରେ ଶୀତର ପ୍ରକୋପ ଜାରି ରହିଛି

ଭାରତର ବିଭିନ୍ନ ଭାଗରେ ଶୀତର ପ୍ରକୋପ ଜାରି ରହିଛି | ହିମାଚଳପ୍ରଦେଶ ର ଉନା ଜିଲ୍ଲାରେ ସିମଳା ଠାରୁ ଅଧିକ ଥଣ୍ଡା ଅନୁଭୂତ ହେଉଛି |

ସେଠାରେ ସର୍ବନିମ୍ନ ତାପମାତ୍ରା 3.7 ଡିଗ୍ରୀ ସେଲସିଆସ ରେକର୍ଡ କରାଯାଇଥିବା  ବେଳେ ଉନା ରେ 2.5 ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି ବୋଲି ପାଣିପାଗ ବିଭାଗ ଜଣାଇଛି |

ମନାଲି ରେ ତାପମାତ୍ରା ହିମାଙ୍କ ତଳକୁ ଖସି ଯାଇଛି | ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତାକାଲି ଯାଏଁ ତୁଷାରପାତ  ଓ ବର୍ଷା ହେବା କଥା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି |

ଜାମ୍ମୁ ଓ କାଶ୍ମୀର ରେ ମଧ୍ୟ ଶୀତର ପ୍ରକୋପ ଜାରି ରହିଛି | ଆଗାମୀ ଚାରି ଦିନ ମଧ୍ୟରେ  ତୁଷାରପାତ ଓ ଅଳ୍ପ ବର୍ଷା ହେବା କଥା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି | ସେହିପରି ପଞ୍ଜାବ , ହରିଆଣା ର ବିଭିନ୍ନ ଭାଗରେ ଅତ୍ୟଧିକ ଥଣ୍ଡା ଜାରି ରହିଥିବା ବେଳେ ତେଲେଙ୍ଗନା ରେ ଗତକାଲି ସବୁଠୁ ଥଣ୍ଡା ଦିନ ରହିଥିବାର ରେକର୍ଡ କରାଯାଇଛି |  ସେଠାରେ ଆଗାମୀ 15 ରୁ 20 ଦିନ ଯାଏଁ ଏଭଳି ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଜଣାଇଛି |