ଭାରତୀୟ ସେନା ବାହିନୀ ସବୁ କାର୍ଯ୍ୟ ପାଇଁ ପ୍ରସ୍ତୁତ ଅଛି : ବିପିନ ରାୱତ

ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ  କହିଛନ୍ତି ଯେ ଭାରତୀୟ ସେନା ବାହିନୀ ସବୁ କାର୍ଯ୍ୟ ପାଇଁ ପ୍ରସ୍ତୁତ ଅଛି ଓ ସବୁ ପରିସ୍ଥିତିରେ ଦକ୍ଷତା ର ସହ ନିଜ ଦାୟିତ୍ଵ ତୁଲାଉଛି | ନୂଆଦିଲ୍ଲୀରେ ବାର୍ଷିକୀ ସାମ୍ବାଦିକ ସମ୍ମିଳନୀ ରେ ଉଦବୋଧନ ଦେବା ବେଳେ ସେନାଧ୍ୟକ୍ଷ କହିଛନ୍ତି ଯେ ହିଂସା ପରିହାର କରିବା ସକାଶେ ଉଭୟ କଠିନ ଓ ନରମ ପନ୍ଥା ଅବଲମ୍ବନ କରାଯାଇଛି ଯଦ୍ୱାରା ଲୋକମାନେ  କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ |

ଜେନେରାଲ ବିପିନ ରାୱତ ,ଜାତୀୟ ବ୍ୟାପାର ଓ ସତ୍ୟ ର ପ୍ରଘଟ କ୍ଷେତ୍ରରେ  ଗଣମାଧ୍ୟମ ର ଭୂମିକା କୁ ଭୂୟସୀ ପ୍ରଶଂସା କରିଛନ୍ତି  | ସେ କହିଛନ୍ତି  ଯେ ଉତ୍ତରାଞ୍ଚଳ ଓ ପଶ୍ଚିମାଞ୍ଚଳ ସୀମା ପରିସ୍ଥିତି ରେ  ସେନାବାହିନୀ ପୂର୍ଣ୍ଣ ଦକ୍ଷତା ର ସହ କାର୍ଯ୍ୟ କରୁଛି ଏବଂ ସେଠାରେ ଉଦବେଗର କୌଣସି କାରଣ ନାହିଁ  |

ସେ କହିଛନ୍ତି ଯେ ଜାମ୍ମୁ ଓ କାଶ୍ମୀର ପରସ୍ଥିତି ରେ ସୁଧାର ଆଣିବା ଲାଗି ଆହୁରି ଅନେକ କିଛି କରିବାକୁ ବାକି ଅଛି ଓ ସେଠାରେ ଶାନ୍ତି ସ୍ଥାପନା ଲାଗି ସେବାହିନୀ ହେଉଛି ଏକ ମାତ୍ର ମାଧ୍ୟମ |