ମାରି କମ ଏଆଇବିଏ ରାଙ୍କର ସର୍ବୋଚ୍ଚ ସ୍ଥାନ ହାସଲ କରିଛନ୍ତି

 

ଏମ.ସି ମାରି କମ ଆନ୍ତର୍ଜାତୀୟ ବକସିଙ୍ଗ ଆସୋସିଏସନ (ଏଆଇବିଏ)ର  ସଦ୍ୟ ଘୋଷିତ ବିଶ୍ବ ରାଙ୍କର ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି। ବିଶ୍ବ ଚମ୍ପିୟନସିପ ଇତିହାସରେ ସେ ଜଣେ ଅତ୍ୟନ୍ତ ସଫଳ ବକ୍ସର ଭାବେ ପରିଗଣିତ । ମାରି କମ 1700 ପଏଣ୍ଟ ସହିତ ଏହି ସର୍ବୋଚ୍ଚ ସ୍ଥାନରେ ପହଞ୍ଚିଛନ୍ତି। ଆଗାମୀ 2020 ଅଲମ୍ପିକରେ 48 କିଲୋଗ୍ରାମ ଶ୍ରେଣୀ ସ୍ଥାନ ପାଇନଥିବାରୁ ମେରି କମ 51 କେଜି ଶ୍ରେଣୀରେ ଭାଗ ନେବେ। ରାଙ୍କରେ 51 କେଜି ଶ୍ରେଣୀରେ ପିଙ୍କି ଜଙ୍ଗ୍ରା ଅଷ୍ଟମ ସ୍ଥାନ ହାସଲ କରିଥିବାବେଳେ ଏସୀୟ ରୌପ୍ୟ ପଦକ ବିଜେତା ମନିଷା ମୌନ 54 କେଜି ଶ୍ରେଣୀରେ ଅଷ୍ଟମ ସ୍ଥାନ ଅକ୍ତିଆର କରିଛନ୍ତି । 57କେଜି ଶ୍ରେଣୀରେ ପୂର୍ବତନ ବିଶ୍ବ ରୌପ୍ୟ ପଦକ ବିଜେତା ସୋନିଆ ଲାଥର ଦ୍ବିତୀୟ ସ୍ଥାନରେ ଥିବାବେଳେ ବିଶ୍ବ ବ୍ରୋଞ୍ଜ ପଦକ ବିଜେତା ସୀମରନଜୀତ କୌର ଚତୁର୍ଥ ସ୍ଥାନ ହାସଲ କରିଛନ୍ତି। ପୁରୁଷ ବିଭାଗ ରାଙ୍କ ଘୋଷଣା କରାଯାଇ ନାହିଁ।