ମ୍ୟାଲେସିଆ ସାଂସଦ ଦତୁକ ସେରୀ ଅନୱର ଇବ୍ରାହିମ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କଲେ

ମ୍ୟାଲେସିଆ ସାଂସଦ ତଥା କେଆଡିଆନ ରକ୍ଷର ପାର୍ଟିର ନେତା ଦତୁକ ସେରୀ ଅନୱର ଇବ୍ରାହିମ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଛନ୍ତି । ଶ୍ରୀ ଇବ୍ରାହିମଙ୍କ ସହିତ ମ୍ୟାଲେସିଆର ଅନ୍ୟ ଦୁଇ ଜଣ ସାଂସଦ ମଧ୍ୟ ଉପସ୍ଥିତ ଥିଲେ। ପିକେଆର ପାର୍ଟିର ସଦ୍ୟ ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ଶ୍ରୀ ମୋଦି ଶ୍ରୀ ଇବ୍ରାହିମଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦୁଇ ନେତା ବିଭିନ୍ନ ଦ୍ବିପକ୍ଷୀୟ, ଆଞ୍ଚଳିକ ଏବଂ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ।