ରେଣୁକାଜୀ ବହୁଉଦ୍ଦେଶୀୟ ସେତୁବନ୍ଧ  ପ୍ରକଳ୍ପ ପାଇଁ ଛ ଟି ରାଜ୍ୟ ଏକ ରାଜିନାମାରେ ସ୍ଵାକ୍ଷର କରିବେ

ରେଣୁକାଜୀ ସେତୁବନ୍ଧ  ବହୁଉଦ୍ଦେଶୀୟ ପ୍ରକଳ୍ପ ପାଇଁ ଉତ୍ତରପ୍ରଦେଶ, ହରିଆଣା, ହିମାଚଳପ୍ରଦେଶ, ଦିଲ୍ଲୀ , ରାଜସ୍ଥାନ ଓ ଉତ୍ତରାଖଣ୍ଡ ଆଦି ଛ ଟି ରାଜ୍ୟ  ଆଜି ଏକ ରାଜିନାମାରେ ସ୍ଵାକ୍ଷର କରିବେ | ଏହି ରାଜ୍ୟ ଗୁଡିକର ଆବଶ୍ୟକୀୟ ପାନୀୟ ଜଳ ଚାହିଦା ମେଣ୍ଟାଇବା ହେଉଛି ଏହି ପ୍ରକଳ୍ପ ର ମୂଳ ଉଦ୍ଦେଶ୍ୟ |

ନୂଆଦିଲ୍ଲୀରେ ଜଳ ସମ୍ବଳ, ନଦୀ ବିକାଶ ଓ ଗଙ୍ଗା ପୁନରୁଦ୍ଧାର ବିଭାଗ  ମନ୍ତ୍ରୀ ନିତିନ ଗଡକାରୀ ଙ୍କ ଉପସ୍ଥିତିରେ ଏହି ରାଜିନାମା ସ୍ଵାକ୍ଷର କରାଯିବ | ଏହି ଅବସରରେ ସମସ୍ତ ଛ ଟି ଯାକ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବେ  |

ଏହି ପ୍ରକଳ୍ପ ଅଧୀନରେ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ର ପାର୍ବତ୍ୟ ଅଞ୍ଚଳରେ ଯମୁନା ନଦୀ ଓ ଏହାର ଶାଖା ନଦୀ ଟୋନ୍ସ ଓ ଗିରି ରେ ତିନୋଟି ଭଣ୍ଡାରଣ ପ୍ରକଳ୍ପ ନିର୍ମାଣ କରିବାର ପ୍ରସ୍ତାବ ରହିଛି |

ଏହି ପ୍ରକଳ୍ପ 2008 ମସିହାରେ ଆରମ୍ଭ କରାଯାଇଥିଲା | ଏହି ପ୍ରକଳ୍ପ ର ଅଧିକାଂଶ ଜଳସେଚନ ଓ ପାନୀୟ ଜଳ ପାଇଁ କେନ୍ଦ୍ରସରକାର ପାଣ୍ଠି  ପ୍ରଦାନ କରିବେ | ଏଥିସହିତ ପ୍ରୟାଗରାଜ ସହରରେ ନାମାମି ଗଙ୍ଗେ ପ୍ରକଳ୍ପ ପାଇଁ ଏକ କୋହଳ ସଙ୍କ୍ରାନ୍ତୀୟ ରାଜିନାମାରେ ମଧ୍ୟ ସ୍ଵାକ୍ଷର କରାଯିବ |