ଭାରତର ଅଙ୍କିତା ରୈନା ସିଙ୍ଗାପୁରରେ ଆନ୍ତର୍ଜାତୀୟ ଟେନିସ ଫେଡେରେସନ – ITF ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଛନ୍ତି | 25,000 ଡଲାର ପୁରସ୍କାର ଥିବା ଏହି ମହିଳା ଟେନିସ ଟୁର୍ଣ୍ଣାମେଣ୍ଟର ଗତକାଲି ଫାଇନାଲ ମ୍ୟାଚରେ ଅଙ୍କିତା, ନେଦରଲ୍ୟାଣ୍ଡସର ଆରାଙ୍କସା ରସଙ୍କୁ 6-3, 6-2 ସେଟରେ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି |
ବର୍ତ୍ତମାନ ଚାଲିଥିବା ଅଷ୍ଟ୍ରେଲିଆନ ଓପନ ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦିତା କରିବା ପରେ ଅଙ୍କିତା ରୈନା ଏହି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିଥିଲେ |