ଡାଭୋସ ଠାରେ ଆଜିଠାରୁ WEF ବାର୍ଷିକୀ ବୈଠକ ଆରମ୍ଭ

ଡାଭୋସ ଠାରେ ଆଜିଠାରୁ ବିଶ୍ଵ ଅର୍ଥନୈତିକ ଫୋରମ (WEF ) ର ବାର୍ଷିକୀ ବୈଠକ ଆରମ୍ଭ ହେଉଛି | ପାଞ୍ଚଦିନ ଧରି ହେବାକୁ ଥିବା ଏହି  ବୈଠକରେ ବିଶ୍ଵର ବହୁ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି |

ଏହି ଶିଖର ବୈଠକରେ ଜର୍ମାନ ଚାନ୍ସେଲର ଆଞ୍ଜେଲା ମାରକେଲ ,ସୁଇଜରଲାଣ୍ଡ ରାଷ୍ଟ୍ରପତି ଉଇଲି ମାଉରେର , ଜାପାନ ର ସିନଯୋ ଆବେ , ଇଟାଲୀ ର ଗୁସେପେ କୋଣ୍ଟେ ଓ ଇସ୍ରାଏଲ ର ବେଞ୍ଜାମିନ ନେତାନ୍ୟାହୁ ଙ୍କ ସମେତ 30 ରୁ ଅଧିକ ରାଷ୍ଟ୍ର ମୁଖ୍ୟ, କମ୍ପାନୀ ସିଇଓ ,କେନ୍ଦ୍ରୀୟ ବ୍ଯାଙ୍କ ମୁଖ୍ୟ  ,ଅର୍ଥନୀତିଜ୍ଞ, ନାଗରିକ ସମାଜ ର ପ୍ରତିନିଧି , ଓ ବିଶ୍ଵ ସ୍ତରୀୟ ସଂଗଠନ ଯଥା ଆଇଏମଏଫ ,ଡ଼ବଲଇଉଟିଓ,ଓଇସିଡ଼ି   ଏବଂ ବିଶ୍ଵ ବ୍ଯାଙ୍କ ର ମୁଖ୍ୟ ଏଥିରେ ସାମିଲ ହେବେ | ଭାରତର  100 ରୁ ଅଧିକ ସିଇଓ ଏହି ବୈଠକରେ ଯୋଗ ଦେବାର ଆଶା କରାଯାଉଛି |