ତୁମକୁର ର ପାଞ୍ଚ ଶତାବ୍ଦୀ ପୁରୁଣା ସିଦ୍ଧଗଙ୍ଗା ମଠ ର ମହନ୍ତ ତଥା ଲିଙ୍ଗାୟତ ଧର୍ମଗୁରୁ ଶିବକୁମାର ସ୍ଵାମୀ ଆଉ ଇହ ଜଗତରେ ନାହାନ୍ତି | ସୋମବାର ଦିନ ପୂର୍ବାହ୍ନ 11 ଟା 44 ମିନିଟ ରେ 111 ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି | ସେ ଫୁସଫୁସ ସଙ୍କ୍ରାନ୍ତୀୟ ରୋଗରେ ପୀଡିତ ଥିଲେ ଓ ତାଙ୍କୁ ଜୀବନ ରକ୍ଷା ପ୍ରଣାଳୀ ରେ ରଖାଯାଇଥିଲା ବୋଲି ଡାକ୍ତର ମାନେ କହିଥିଲେ | ଲୋକଙ୍କ ମଙ୍ଗଳ ନିମନ୍ତେ ଅନେକ କଲ୍ୟାଣକାରୀ ଯୋଜନା ସହ ଜଡିତ ଏହି ଧର୍ମଗୁରୁ ଙ୍କ ଶେଷକୃତ୍ୟ ରାଷ୍ଟ୍ର ମର୍ଯ୍ୟାଦା ର ସହ ସମ୍ପର୍ଣ୍ଣ କରାଯିବ | ତିନି ଦିନ ପାଇଁ ରାଜ୍ୟ ସ୍ତରୀୟ ଶୋକ ପାଳନ ସହ ଆଜି ଦିନକ ପାଇଁ ସେଠାକାର ସବୁ ସ୍କୁଲ ଓ କଲେଜ ଗୁଡିକରେ ଛୁଟି ଘୋଷଣା କରାଯାଇଛି | ଏହି ମହାନ ଆତ୍ମା ଙ୍କ ବିୟୋଗରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି |