ଇଜିପ୍ଟ କହିଛି ସିନାଇ ଉପଦ୍ବୀପରେ ହୋଇଥିବା ସଂଘର୍ଷରେ 7 ଯବାନ ଏବଂ 59 ସନ୍ତ୍ରାସବାଦି ପ୍ରାଣ ହରାଇଛନ୍ତି

ଇଜିପ୍ଟ କହିଛି ସିନାଇ ଉପଦ୍ବୀପରେ ସନ୍ତ୍ରାସବାଦିଙ୍କ ସହିତ ହୋଇଥିବା ସଂଘର୍ଷରେ ଅତିକମରେ 7 ଜଣ ଯବାନ ଏବଂ 59 ଜଣ ସନ୍ତ୍ରାସବାଦି ପ୍ରାଣ ହରାଇଛନ୍ତି | ସେନାବାହିନୀ ଏକ ବିବୃତ୍ତିରେ କହିଛି ଯେ ଏହି ସଂଘର୍ଷରେ 142 ଜଣ ସନ୍ଦିଗ୍ଧ ସନ୍ତ୍ରାସବାଦି ଏବଂ ଅପରାଧୀଙ୍କୁ ଗିରଫ କରାଯାଇଛି | ବିବୃତ୍ତିରେ କୁହାଯାଇଛି ଯେ ବିମାନ ଆକ୍ରମଣରେ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଭର୍ତ୍ତି 56ଟି ଗାଡିକୁ ମଧ୍ୟ ଧ୍ବଂସ କରାଯାଇଛି |