କମଲା ହାରିସ ଆମେରିକା ରାଷ୍ଟ୍ରପତି ପଦ ପ୍ରାର୍ଥୀ ଲାଗି ପ୍ରତିଦ୍ୱନ୍ଦିତା କରୁଥିବାରୁ ଭାରତୀୟ – ଆମେରିକୀୟ ସମ୍ପ୍ରଦାୟ ମଧ୍ୟରେ ଆନନ୍ଦ ର ଲହରୀ ଖେଳିଯାଇଛି | 54 ବର୍ଷ ବୟସ୍କ ସିନେଟର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଙ୍କ ବିରୁଦ୍ଧରେ ଛିଡା ହେବା ଲାଗି 2020 ରାଷ୍ଟ୍ରପତି ନିର୍ବାଚନ ପାଇଁ ସୋମବାର ଦିନ ଆନୁଷ୍ଠାନିକ ଭାବେ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି |
ଭାରତ – ଆମେରିକୀୟ ସମୁଦାୟ ର ନେତା ମାନେ କହିଛନ୍ତି ଯେ ଏହି ସମୁଦାୟ ରୁ ରାଷ୍ଟ୍ରପତି ପଦ ଲାଗି ପ୍ରତିଦ୍ୱନ୍ଦିତା କରିବା ଏକ ଗର୍ବ ଓ ଗୌରବ ର ମୂହୁର୍ତ୍ତ | ତେଣେ ସେମାନଙ୍କ ମଧ୍ୟରୁ ଜଣେ ରାଷ୍ଟ୍ରପତି ପଦ ଲାଗି ପ୍ରତିଦ୍ୱନ୍ଦିତା କରିବା ନେଇ ଘୋଷଣା କରିବା ଅତ୍ୟନ୍ତ ଆନନ୍ଦର ବିଷୟ ବୋଲି ବିଶିଷ୍ଟ ଜନହିତେଇଶି ଏମଆର ରଙ୍ଗସ୍ଵାମୀ କହିଛନ୍ତି |
2016 ରେ କ୍ଲୀନ୍ଟନ ଙ୍କ ସହ ନିର୍ବାଚନ ପ୍ରଚାର କରୁଥିବା ଭାରତୀୟ – ଆମେରିକୀୟ ଫ୍ରାଙ୍କ ଇସଲାମ କହିଛନ୍ତି ଯେ ହାରିସ ଏହି ନିର୍ବାଚନ ରେ ଏକ ପ୍ରମୁଖ ଦାବେଦାର ହେବେ |
ଶ୍ରୀ ଟ୍ରମ୍ଫ ଙ୍କ ବିରୁଦ୍ଧରେ 2020 ରାଷ୍ଟ୍ରପତି ନିର୍ବାଚନ ରେ ସେ ଯଦି ବିଜୟ ଲାଭ କରନ୍ତି ତେବେ କମଲା ହାରିସ ଆମେରିକାର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ଇତିହାସ ରଚିବେ |
ହାଉସ ଅଫ ରିପ୍ରେଜେଣ୍ଟେଟିଭ କୁ ପ୍ରଥମ ହିନ୍ଦୁ ଭାବେ ନିର୍ବାଚିତ ହୋଇଥିବା ତୁଳସୀ ଗବବାର୍ଡ ମଧ୍ୟ 2020 ରାଷ୍ଟ୍ରପତି ନିର୍ବାଚନ ପାଇଁ ତାଙ୍କ ପ୍ରାର୍ଥିତ୍ଵ ଘୋଷଣା କରିସାରିଛନ୍ତି |