କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗ୍ରେଟର ନୋଏଡାରେ ତ୍ରୟୋଦଶ ପେଟ୍ରୋଟେକ-2019ର ଉଦଘାଟନ କରିଛନ୍ତି

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗ୍ରେଟର ନୋଏଡାରେ ତ୍ରୟୋଦଶ ପେଟ୍ରୋଟେକ-2019ର ରବିବାର ଦିନ ଉଦଘାଟନ କରିଛନ୍ତି। ଏହି ତିନିଦିନିଆ ସମ୍ମିଳନୀରେ ଭାଗିଦାରୀ ରାଷ୍ଟ୍ରମାନଙ୍କର 95 ଜଣ ଶକ୍ତି ମନ୍ତ୍ରୀ ଯୋଗଦେବାର ସମ୍ଭାବନା ରହିଛି। କାର୍ଯ୍ୟକ୍ରମକୁ ପ୍ରତିନିଧିମାନଙ୍କୁ ସ୍ବାଗତ ଜଣାଇ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଭାରତ ହେଉଛି ଅଶୌଧିତ ତୈଳ ଏବଂ ପେଟ୍ରୋଲଜାତ ପଦାର୍ଥର ତୃତୀୟ ବୃହତ ଗ୍ରାହକ ଦେଶ ଏବଂ ସମସ୍ତଙ୍କୁ ଇନ୍ଧନ ଯୋଗାଇବା ପାଇଁ  ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ସେ କହିଛନ୍ତି ଭାରତ ହେଉଛି ବିଶ୍ବର ଦ୍ରୁତ ପ୍ରଗତୀଶୀଳ ଅର୍ଥନୈତିକ ଦେଶ ଏବଂ ଏହା ସମ୍ଭବ ହୋଇଛି ସରକାରଙ୍କର ବିଭିନ୍ନ ସଂସ୍କାରମୂଳକ ନୀତି ଯୋଗୁଁ। ଶ୍ରୀ ପ୍ରଧାନ କହିଛନ୍ତି ବିଶ୍ବ ବ୍ୟାଙ୍କ ଏବଂ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଅନୁଯାୟୀ ଆଗାମୀ ଦୁଇ ବର୍ଷରେ ଭାରତର ଆର୍ଥିକ ଅଭିବୃଦ୍ଧି ହାର 7.5 ଭାଗକୁ ଛୁଇଁବ ଯାହାକି ବିଶ୍ବର ପ୍ରମୁଖ ଅର୍ଥନୀତି ଭାବେ ପରିଗଣିତ ହେବ।