ଅଟଳ ବିହାରୀ ବାଜପେୟୀଙ୍କ ପୂର୍ଣ୍ଣ ଅବୟବ ପୋଟ୍ରେଟକୁ ରାଷ୍ଟ୍ରପତି ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲରେ ଅନାବରଣ କରିବେ

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୂର୍ଣ୍ଣ ଅବୟବ ପୋଟ୍ରେଟକୁ ରାଷ୍ଟ୍ରପତି ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲରେ ଆଜି ଅନାବରଣ କରିବେ | ଏହି କାର୍ଯ୍ୟକ୍ରମରେ ଉପ ରାଷ୍ଟ୍ରପତି ଏମ ଭେଙ୍କିୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଲୋକସଭା ଅଧ୍ୟକ୍ଷା ସୁମିତ୍ରା ମହାଜନ ତଥା ଅନ୍ୟ ମନ୍ତ୍ରୀ ଏବଂ ସାଂସଦମାନେ ଉପସ୍ଥିତ ରହିବେ | ସ୍ବର୍ଗତ ବାଜପେୟୀ ଦୀର୍ଘ ଦିନର ଅସୁସ୍ଥତା ପରେ ଗତ ବର୍ଷ ଅଗଷ୍ଟ ମାସରେ 93 ବର୍ଷ ବୟସରେ ଇହଳିଳା ସମ୍ବରଣ କରିଥିଲେ |