ଅନ୍ୟ ଗଣମାଧ୍ୟମ ତୁଳନାରେ ରେଡିଓ ଅଧିକ ଲୋକଙ୍କ ନିକଟରେ ପହଞ୍ଚିଛି : ଜାତିସଂଘ ସେକ୍ରେଟାରୀ –ଜେନେରାଲ

ଜାତିସଂଘ ସେକ୍ରେଟାରୀ –ଜେନେରାଲ ଆଣ୍ଟୋନୀଓ ଗୁଟେରସ କହିଛନ୍ତି ଯେ ବର୍ତ୍ତମାନ ଡିଜିଟାଲ ଯୋଗାଯୋଗ ଦୁନିଆ ହୋଇଥିଲେ ସୁଦ୍ଧା  ରେଡିଓ ଏକ ଶକ୍ତିଶାଳୀ ମାଧ୍ୟମ ରୂପେ ପ୍ରମାଣିତ ହୋଇଛି |

ଫେବୃଆରୀ 13 ତାରିଖରେ ଅଷ୍ଟମ ବିଶ୍ଵ ରେଡିଓ ଦିବସ ଅବସରରେ ତାଙ୍କ ବାର୍ତ୍ତା ରେ ସେ କହିଛନ୍ତି ଯେ  ଅନ୍ୟ ଗଣମାଧ୍ୟମ ତୁଳନାରେ ରେଡିଓ ଅଧିକ ଲୋକଙ୍କ ନିକଟରେ ପହଞ୍ଚିପାରିଛି |

ରେଡିଓ ର ଗୁରୁତ୍ଵ ବିଷୟରେ ବର୍ଣ୍ଣନା କରିବାକୁ ଯାଇ ସେ କହିଛନ୍ତି ଯେ ଏହା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୁଡିକ ଉପରେ ସଚେତନତା ସୃଷ୍ଟି କରିବା ସହ ମୁଖ୍ୟ ତଥ୍ୟ ବିଷୟରେ ପ୍ରଚାର ପ୍ରସାର କରିଥାଏ | ଏହା ହେଉଛି ଏକ ବ୍ୟକ୍ତିଗତ ତଥା ବାର୍ତ୍ତାଳାପ କରିବାର ମାଧ୍ୟାମ ଓ ଏହା ଦ୍ଵାରା ଲୋକମାନେ ନିଜର ଆପତ୍ତି , ଅଭିଯୋଗ ସହ ନିଜ ନିଜର ମତାମତ ଆଦାନ ପ୍ରଦାନ କରିଥାନ୍ତି  ବୋଲି ସେ କହିଛନ୍ତି | ରେଡିଓ ଏକ ସମୁଦାୟ ସୃଷ୍ଟି କରିପାରିବ ବୋଲି ମଧ୍ୟ ସେ କହିଛନ୍ତି | ଜାତିସଂଘ ଶାନ୍ତି ରକ୍ଷାକାରୀ ଅଭିଯାନ ଉପରେ ସେ କହିଥିଲେ ଯେ ଯୁଦ୍ଧ ଦ୍ଵାରା ପ୍ରଭାବିତ ଲୋକଙ୍କୁ ସୂଚନା ପ୍ରଦାନ କରିବା ସହ ଲୋକଙ୍କୁ ସଶକ୍ତ କରିବା ଦିଗରେ ରେଡିଓ ପ୍ରମୁଖ ମାଧ୍ୟମ |