ଆବୁଧାବୀ ଅଦାଲତ ଗୁଡିକରେ ହିନ୍ଦୀ ଭାଷା କୁ ସରକାରୀ ଭାଷା ଭାବେ ମାନ୍ୟତା ପ୍ରଦାନ କରିଥିବାରୁ ନ୍ୟାୟିକ ପ୍ରକ୍ରିୟା ସହଜ ହେବ : ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜ

ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜ କହିଛନ୍ତି ଯେ ଆବୁଧାବୀ ସେଠାକାର ଅଦାଲତ ଗୁଡିକରେ ହିନ୍ଦୀ ଭାଷା କୁ ସରକାରୀ ଭାଷା ଭାବେ ମାନ୍ୟତା ପ୍ରଦାନ କରିଥିବାରୁ ନ୍ୟାୟିକ ପ୍ରକ୍ରିୟା ସରଳୀକରଣ ହୋଇପାରିବା ସହ ସେଠାରେ ବସବାସ କରୁଥିବା ଭାରତୀୟ ମାନେ ଏହି ସୁବିଧା ସହଜରେ ପାଇପାରିବେ | ଏକ ଟୁଇଟ କରି ଶ୍ରୀମତୀ ସ୍ଵରାଜ ଏହି ନିଷ୍ପତ୍ତି ନିଆଯାଇଥିବା ଯୋଗୁଁ ଆବୁଧାବି କୁ ଧନ୍ୟବାଦ ଜଣାଇଛନ୍ତି |
ଗତ ଶନିବାର ଦିନ ଆବୁଧାବି ନ୍ୟାୟିକ ମନ୍ତ୍ରଣାଳୟ, ଅଦାଲତ ଗୁଡିକରେ ଆରବୀ ଓ ଇଂରାଜୀ ଭାଷା ପରେ ହିନ୍ଦୀ ଭାଷାକୁ ତୃତୀୟ ସରକାରୀ ଭାଷା ଭାବେ ଗ୍ରହଣ କରିବାକୁ ଘୋଷଣା କରିଥିଲେ |