ଏମଇଏ ନେପାଳର ସରକାରୀ କର୍ମଚାରୀମାନଙ୍କ ପାଇଁ ପ୍ରଶିକ୍ଷଣ ପାଠ୍ୟକ୍ରମ ଆୟୋଜନ କରିଛି

ବୈଦେଶିକ ମନ୍ତ୍ରଣାଳୟ ଭାରତୀୟ ପ୍ରଯୁକ୍ତିବିଦ୍ୟା ଏବଂ ଅର୍ଥନୈତିକ କାର୍ଯ୍ୟକ୍ରମ ଅନ୍ତର୍ଗତ ନେପାଳର ସରକାରୀ କର୍ମଚାରୀମାନଙ୍କ ପାଇଁ ପ୍ରଶିକ୍ଷଣ ପାଠ୍ୟକ୍ରମର ଆୟୋଜନ କରିଛି | ନେପାଳର ଅର୍ଥ ମନ୍ତ୍ରଣାଳୟର ଏକ 20 ଜଣିଆ ଗୃପ ସୋମବାର ଦିନ ନୂଆଦିଲ୍ଲୀରେ ସର୍ବସାଧାରଣ ଆର୍ଥିକ ପରିଚାଳନା ଉପରେ ପ୍ରଶିକ୍ଷଣ ନେଇଛନ୍ତି | ଏହାକୁ ମିଶାଇ ନେପାଳର ଅର୍ଥ ମନ୍ତ୍ରଣାଳୟର 62 ଜଣ କର୍ମଚାରୀ ପ୍ରଶିକ୍ଷଣ ନେଇସାରିଲେଣି | ଗତମାସ ପ୍ରଥମ ପର୍ଯ୍ୟାୟରେ 20 ଜଣ କର୍ମଚାରୀ 10 ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସଫଳତାର ସହିତ ପ୍ରଶିକ୍ଷିତ ହୋଇଛନ୍ତି|