ଚଳିତ ମାସ  25 ତାରିଖ ରେ ହାଜର ହେବା ଲାଗି ଟ୍ଵିଟର ମୁଖ୍ୟ ଙ୍କୁ ସମନ ଜାରୀ କରିଛନ୍ତି ସଂସଦୀୟ ପାନେଲ

ସୂଚନା ଜ୍ଞାନ କୌଶଳ ସଙ୍କ୍ରାନ୍ତୀୟ ସଂସଦୀୟ ପାନେଲ, ଚଳିତ ମାସ  25ତାରିଖ ରେ ତାଙ୍କ ନିକଟରେ ହାଜର ହେବା ଲାଗି ଟ୍ଵିଟର ମୁଖ୍ୟ ଯାକ ଡୋର୍ଶୀ  ଙ୍କୁ ସମନ ଜାରୀ କରିଛନ୍ତି | ସାମାଜିକ ସମ୍ବାଦ ଗଣମାଧ୍ୟମ ପ୍ଲାଟଫର୍ମ ରେ ନାଗରିକ ମାନଙ୍କ ଅଧିକାର ସୁରକ୍ଷା କରିବା ଉପରେ ଗତକାଲି ନୂଆଦିଲ୍ଲୀରେ ମାଇକ୍ରୋବ୍ଲଗିଙ୍ଗ ସାଇଟ ର ଅଧିକାରୀ ମାନଙ୍କ ସହ ଏହି ପାନେଲ ସାକ୍ଷାତ ଆଲୋଚନା କରିଥିଲେ | ଏହି କମିଟି ର ଅଧ୍ୟକ୍ଷ ବିଜେପି ସାଂସଦ ଅନୁରାଗ ଠାକୁର ବୈଠକ ପରେ କହିଛନ୍ତି ଯେ ଏହି ପ୍ରସଙ୍ଗ ଉପରେ ଟ୍ଵିଟର ମୁଖ୍ୟ ଓ ବରିଷ୍ଠ ଅଧିକାରୀ ମାନଙ୍କୁ ସମନ ଜାରୀ କରାଯାଇଛି |

ନିର୍ବାଚନ ସମୟରେ ବାଧା ସୃଷ୍ଟି କରିବା ଲାଗି ସାମାଜିକ ଗଣମାଧ୍ୟମ କୁ ବ୍ୟବହାର କରାଯିବାର ଆଶଙ୍କା ଥିବା ସହ ନାଗରିକ ମାନଙ୍କ ଗୁପ୍ତ ତଥ୍ୟ ର ସୁରକ୍ଷା ନେଇ ବୃଦ୍ଧି ପାଉଥିବା ଉଦବେଗ କୁ ଦୃଷ୍ଟିରେ ରଖି  ଟ୍ଵିଟର ଅଧିକାରୀ ମାନଙ୍କ ସହ ବୈଠକ କରିବାକୁ ଏହି ପାନେଲ ସ୍ଥିର କରିଥିଲା |