ଟେନିସ : ପ୍ରଜନେଶ ଗୁନ୍ନେଶ୍ବରଣ ପୁରୁଷ ସିଙ୍ଗଲ୍ସ ଟେନିସ ର ଶୀର୍ଷ 100 ଜଣ ଙ୍କ ମଧ୍ୟରେ ସ୍ଥାନ ହାସଲ କରିଛନ୍ତି

ପ୍ରଜନେଶ ଗୁନ୍ନେଶ୍ବରଣ ପୁରୁଷ ସିଙ୍ଗଲ୍ସ ଟେନିସ ପାହ୍ୟା ର ଶୀର୍ଷ 100 ଜଣ ଙ୍କ ମଧ୍ୟରେ ସ୍ଥାନ  ହାସଲ କରିଛନ୍ତି | ସେ 6 ଟି ସ୍ଥାନ ଉପରକୁ ଉଠି 97 ତମ ସ୍ଥାନରେ ପହଞ୍ଚିଛନ୍ତି |

ଶୀର୍ଷ 100 ଜଣ ଙ୍କ ମଧ୍ୟରେ ସ୍ଥାନ  ହାସଲ କରିବାରେ ସୋମଦେବ ଦେବବର୍ମନ ଓ ୟୁକୀ ଭାମ୍ବରୀ ଙ୍କ ପରେ  ପ୍ରଜନେଶ ହେଉଛନ୍ତି ତୃତୀୟ ଭାରତୀୟ ଖେଳାଳି | ଗତ ସପ୍ତାହରେ ଏଟିପି ଚେନ୍ନାଇ ଚାଲେଞ୍ଜର ର ସେମିଫାଇନାଲ ରେ ପ୍ରବେଶ କରିବାପରେ ସେ ଏହି ସ୍ଥାନ ହାସଲ କରିଛନ୍ତି |  ପ୍ରଜନେଶ ଯଦି ଏହି ସ୍ଥାନ  ବଜାୟ ରଖିବେ ତେବେ ସେ ଗ୍ରାଣ୍ଡ ସ୍ଲାମ ସିଙ୍ଗଲ୍ସ ମେନ ଡ୍ର ଖେଳିବାକୁ ଯୋଗ୍ୟତା ହାସଲ କରିପାରିବେ |

ଡବଲ୍ସ  ପାହ୍ୟାରେ ରୋହନ ବୋପାନ୍ନା 37 ତମ ସ୍ଥାନ ଓ ଦିଭିଜ ସରନ 39 ତମ ସ୍ଥାନ ରେ ଅଛନ୍ତି |

ମହିଳା ଟେନିସ ସଂଘ ଚାର୍ଟ ଅନୁଯାୟୀ ଅଙ୍କିତା ରାଇନା 165 ତମ ସ୍ଥାନରେ ରହିଥିବା ବେଳେ କର୍ମାନ କୌର ଥାଣ୍ଡି 211 ତମ ସ୍ଥାନ କୁ ଖସି ଆସିଛନ୍ତି |