ଡେରା ବାବା ନାନକ ଭୂମି ଯାଞ୍ଚ ଘାଟୀ କୁ ଦେଶାନ୍ତରଣ କେନ୍ଦ୍ର ଭାବେ ମାନ୍ୟତା ମିଳିଛି


ପାକିସ୍ତାନ ସ୍ଥିତ କର୍ତ୍ତାରପୁର ଶାହିବ ଗୁରୁଦ୍ୱାରା ପରିଦର୍ଶନ ପାଇଁ ପଞ୍ଜାବ ର ଗୁରୁଦାସପୁର ଜିଲ୍ଲା ରେ ଥିବା ଡେରା ବାବା ନାନକ ଭୂମି ଯାଞ୍ଚ ଘାଟୀ କୁ କେନ୍ଦ୍ରସରକାର ଦେଶାନ୍ତରଣ କେନ୍ଦ୍ର ଭାବେ ମାନ୍ୟତା ପ୍ରଦାନ କରିଛନ୍ତି |
ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ଵାରା ଜାରୀ ବିଜ୍ଞପ୍ତି ଅନୁଯାୟୀ ବୈଧ ପ୍ରମାଣପତ୍ର ଥିବା ଯାତ୍ରୀ ମାନେ ଏହି ଫାଟକ ଦେଇ ଯିବା ଆସିବା କରିପାରିବେ |
ସରକାର ମଧ୍ୟ ମୁଖ୍ୟ ଦେଶାନ୍ତରଣ ଅଧିକାରୀ ଙ୍କୁ ବେସାମରିକ କର୍ତ୍ତୃପକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି | ଏହା ସୋମବାର ଠାରୁ କାର୍ଯ୍ୟକାରୀ ହେବ |
ଗତ ବର୍ଷ ନଭେମ୍ବର 26 ତାରିଖରେ ଉପ ରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ, ଗୁରୁଦାସପୁର ଜିଲ୍ଲା ର ମାନ ଗାଁ ରେ ଆୟୋଜିତ ଏକ ସମାରୋହରେ ଡେରା ବାବା ନାନକ କର୍ତ୍ତାରପୁର ସାହିବ କୋରିଡର ର ଶିଳାନ୍ୟାସ କରିଥିବା ବେଳେ ନଭେମ୍ବର 28 ତାରିଖରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ, ପାକିସ୍ତାନ ପଟର 4 କିଲୋମିଟର ବିଶିଷ୍ଟ କୋରିଡର ର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ | ଏହାର କାର୍ଯ୍ୟ 2019 ସୁଦ୍ଧା ଶେଷ ହେବାର ଆଶା ରହିଛି |