ନିତୀନ ଗଡକରୀ ବିହାରରେ 11ଟି ସଡକ ଏବଂ ନଦୀ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି

କେନ୍ଦ୍ର ମନ୍ତ୍ରୀ ନିତୀନ ଗଡକରୀ ବିହାରରେ ତିନି ହଜାର କୋଟି ଟଙ୍କା ସମ୍ବଳିତ 11ଟି ସଡକ ଏବଂ ନଦୀ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି | ସେ ପୂର୍ବ ଏବଂ ପଶ୍ଚିମ ଚମ୍ପାରନରେ 274 କୋଟି ଟଙ୍କା ସମ୍ବଳିତ ଦୁଇଟି ସଡକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି | ଶ୍ରୀ ଗଡକରୀ ଉଦବୋଧନ ଦେଇ କହିଛନ୍ତି ଯେ ଏହି ପ୍ରକଳ୍ପ ନେପାଳ ସୀମାକୁ ସଂଯୋଗ କରିବା ସହିତ ଅଯୋଧ୍ୟା ଏବଂ ନେପାଳର ଜନକପୁରୀକୁ ସଂଯୋଗ କରିବ |