ପ୍ରଧାନମନ୍ତ୍ରୀ ହରିୟାଣାର କୁରୁକ୍ଷେତ୍ରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣାର କୁରୁକ୍ଷେତ୍ରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ | ସେ ଝଝର ଜିଲ୍ଲାର ଭଡସା ଠାରେ ଥିବା ଜାତୀୟ କର୍କଟ ରୋଗ ପ୍ରତିଷ୍ଠାନକୁ ଦେଶ ଉଦ୍ଧେଶ୍ୟରେ ଉତ୍ସର୍ଗ କରିବେ | ଏଥିରେ 700 ଶଯ୍ୟା ରହିଛି ଏହା ବ୍ୟତିତ ପ୍ରଧାନମନ୍ତ୍ରୀ ଫରିଦାବାଦରେ ଇଏସଆଇସି ମେଡିକାଲ କଲେଜ ହସପିଟାଲର ମଧ୍ୟ ଉଦଘାଟନ କରିବେ | ଏଥିରେ 510ଟି ଶଯ୍ୟା ରହିଛି ପଞ୍ଚକୁଲାରେ ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନର ଶିଳାନ୍ୟାସ କରିବେ ଏବଂ କୁରୁକ୍ଷେତ୍ରରେ ଶ୍ରୀକୃଷ୍ଣ ଆୟୁଷ ବିଶ୍ବବିଦ୍ୟାଳୟର ମଧ୍ୟ ଶିଳାନ୍ୟାସ କରିବେ | ପାନିପଥରେ ପ୍ରଧାନମନ୍ତ୍ରୀ ପାନିପଥ ଯୁଦ୍ଧ ସଂଗ୍ରହାଳୟର ଶିଳାନ୍ୟାସ କରିବେ |