ବାଣିଜ୍ୟ କଥାବାର୍ତ୍ତା ପାଇଁ ବେଜିଙ୍ଗ ଗସ୍ତରେ ଅଛନ୍ତି ଆମେରିକା ଟିମ

ଡୋନାଲ୍ଡ ଟ୍ରମ୍ଫ ଙ୍କ ଦ୍ଵାରା ଧାର୍ଯ୍ୟ ସମୟସୀମା ମାର୍ଚ୍ଚ 1 ତାରିଖ ପୂର୍ବରୁ ଏକ ଚୁକ୍ତି ରେ ଉପନୀତ ହେବା ଲାଗି ଆଶାନେଇ ବାଣିଜ୍ୟ କଥାବାର୍ତ୍ତା ର ଏକ ନୂତନ ପର୍ଯ୍ୟାୟ ବୈଠକ କରିବା ପାଇଁ  ସୋମବାର ଦିନ ବେଜିଙ୍ଗ ରେ ଆମେରିକା ବୁଝାମଣାକାରୀ ମାନେ ସେମାନଙ୍କ ଚୀନ ପ୍ରତିପକ୍ଷ ଙ୍କ ସହ ସାକ୍ଷାତ କରିଛନ୍ତି | ଏକ ସମ୍ଭାବ୍ୟ ଆନ୍ତର୍ଜାତୀୟ ଅର୍ଥବ୍ୟବସ୍ଥା ଭୁଷୁଡିପଡିବା ନେଇ ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠି ପକ୍ଷରୁ ଚେତାବନୀ ଦିଆଯିବା ପରିପ୍ରେକ୍ଷୀରେ  ଶ୍ରୀ ଟ୍ରମ୍ଫ ଏହି ସମୟ ଧାର୍ଯ୍ୟ କରିଥିଲେ |

ଏହି କଥାବାର୍ତ୍ତାରେ କୃଷି, ଶକ୍ତି ଓ ବାଣିଜ୍ୟ ବିଭାଗ ର ଅଧିକାରୀ ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି |

ଗତ ଡିସେମ୍ବର ରେ ୱାଶିଙ୍ଗଟନ,  200 ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ଚୀନ ଆମଦାନୀ ସାମଗ୍ରୀ ଉପରେ ବର୍ତ୍ତମାନ ର 10 ପ୍ରତିଶତ ଟିକସ କୁ 25 ପ୍ରତିଶତକୁ ବୃଦ୍ଧି  କରିବା ଲାଗି ତାର ନିଷ୍ପତ୍ତି କୁ ତିନିମାସ ପାଇଁ ବାତିଲ କରିଦେଇଥିଲା | ମାର୍ଚ୍ଚ 1 ତାରିଖରେ ଏହାର ସମୟ ସୀମା ଶେଷ ହେବ | ଏହା ପରେ ଉପୁଜିଥିବା ବାଣିଜ୍ୟ ବିବାଦ ର ସମାଧାନ ନେଇ ବୁଝାମଣାକାରୀ ମାନେ ଏହି କଥାବାର୍ତ୍ତା କରୁଛନ୍ତି |

ଆମେରିକୀୟ ବୌଦ୍ଧିକ ସମ୍ପତ୍ତି ଚୋରି ସମେତ ବ୍ୟବସାୟ କାରବାର ରେ ଚୀନ ଅନୁଚିତ  ଉପାୟ ଅବଲମ୍ବନ କରୁଛି ବୋଲି ୱାଶିଙ୍ଗଟନ ଦାବି କରିଆସୁଛି |