ସିନିଅର ଜାତୀୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ ଗୁଆହାଟି ଠାରେ ଆରମ୍ଭ ହେଉଛି

ଗୁଆହାଟି ଠାରେ  83 ତମ ସିନିଅର ଜାତୀୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ  ଆଜି ଆରମ୍ଭ ହେଉଛି | ଗତବର୍ଷ ର ଚମ୍ପିୟାନ ସାଇନା ନେହୱାଲ  ଓ ଗତବର୍ଷର ରନର୍ସ ଅପ ପିଭି ସିନ୍ଧୁ ମହିଳା ସିଙ୍ଗଲ୍ସ ରେ ମୁଖ୍ୟ ଆକର୍ଷଣ ର କେନ୍ଦ୍ର ରହିବେ |

ପୁରୁଷ ସିଙ୍ଗଲ୍ସ ରେ ଗତବର୍ଷର  ଚମ୍ପିୟାନ ଏଚଏସ ପ୍ରଣୟ ଓ ରନର୍ସ –ଅପ କିଦାମ୍ବୀ ଶ୍ରୀକାନ୍ତ ଆହତ ହୋଇଥିବା ଯୋଗୁଁ  ଖେଳୁନାହାନ୍ତି | ସେମାନଙ୍କ ଅନୁପସ୍ଥିତିରେ ପୂର୍ବତନ ଚମ୍ପିୟାନ ସମୀର ବର୍ମା ଓ ପାରୁପଲ୍ଲୀ କାଶ୍ୟପ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନତି |

ଗୁଆହାଟି ଠାରେ  ଏହା ପୂର୍ବରୁ 2010 ମସିହାରେ ଏହି ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା |