ହାଜତରେ କବିଙ୍କ ମୃତ୍ୟୁ ଉପରେ ତୁର୍କୀର ସମାଲୋଚନାକୁ ଚୀନ ପ୍ରତ୍ୟାଖାନ କରିଛି

ହାଜତ ମଧ୍ୟରେ ଜଣେ ପ୍ରସିଦ୍ଧ ମୁସଲମାନ କବିଙ୍କ ମୃତ୍ୟୁ ଉପରେ ତୁର୍କୀର ସମାଲୋଚନାକୁ ଚୀନ ଦୃଢ ଭାବେ ପ୍ରତ୍ୟାଖାନ କରିଛି ବୈଦେଶୀକ ମନ୍ତ୍ରଣାଳୟର ମୁଖପାତ୍ର ହୁଆ ଚୁନଉଇଙ୍ଗ କହିଛନ୍ତି ମିଥ୍ୟା ଦୋଷାରୋପକୁ ତୁର୍କୀ ପ୍ରତ୍ୟାହାର କରିବା ଦରକାର

ଶନିବାର ଦିନ ଏକ ବିବୃତ୍ତିରେ ତୁର୍କୀର ବୈଦେଶିକ ମନ୍ତ୍ରଣାଳୟ ଏହାର ତୁର୍କୀ ଭାଷୀ ଉଇଘୁରର ଲୋକମାନଙ୍କୁ ଅଟକ ରଖିବା ଏବଂ କବି ଅବଦୁହିମ ହଇତିଙ୍କ ଗୋଟିଏ ଗୀତ ପାଇଁ ତାଙ୍କୁ  ଦଣ୍ତ ସ୍ବରୂପ ଚୀନ ଆଠ ବର୍ଷ ଜେଲରେ ରଖିବା ଅବସ୍ଥାରେ ପ୍ରାଣହାନି ଘଟିବା ଉପରେ ଚୀନକୁ ସମାଲୋଚନା କରିଛି କିନ୍ତୁ ରବିବାର ଚୀନ ଜାରି କରିଥିବା ଏକ ଭିଡିଓରେ ନିଜକୁ ହେଇତି କହୁଥିବା ବ୍ୟକ୍ତି ଜଣଙ୍କ ଜୀବିତ ଏବଂ ଭଲରେ ଅଛି ବୋଲି କହିଛନ୍ତି