2019 ଗ୍ରାମୀ ପୁରସ୍କାରର ବିଭିନ୍ନ ଶ୍ରେଣୀରେ କେସି ମୁସଗ୍ରେଭ୍ସ, ଚାଇଲ୍ଡିସ ଗମ୍ବିନୋ, କାର୍ଡି ବି ଏବଂ କ୍ୟୁନ୍ସି ଜୋନ୍ସ ଇତିହାସ ରଚିଛନ୍ତି

ଲସ ଏଞ୍ଜେଲ୍ସର ଷ୍ଟାପଲ୍ସ ସେଣ୍ଟରରେ ରବିବାର ସଂଧ୍ୟାରେ ଅନୁଷ୍ଠିତ 2019 ଗ୍ରାମୀ ପୁରସ୍କାରର ବିଭିନ୍ନ ଶ୍ରେଣୀରେ କେସି ମୁସଗ୍ରେଭ୍ସ, ଚାଇଲ୍ଡିସ ଗମ୍ବିନୋ, କାର୍ଡି ବି ଏବଂ କ୍ୟୁନ୍ସି ଜୋନ୍ସ ଇତିହାସ ରଚିଛନ୍ତି କେସି ମୁସଗ୍ରେଭ୍ସ ଗୋଲଡେନ ଆୱାର ପାଇଁ ଆଲବମ ଅଫ ଦି ଇୟରରେ ସମ୍ମାନିତ ହୋଇଛନ୍ତି କେସି ସର୍ବୋତମ କଣ୍ଟ୍ରି ଆଲବମ, ସର୍ବୋତ୍ତମ କଣ୍ଟ୍ରି ସଂଗୀତ ଏବଂ ଏକାକି ପରିବେଶଣ ପାଇଁ ମଧ୍ୟ ପୁରସ୍କୃତ ହୋଇଛନ୍ତି ଚାଇଲ୍ଡିସ ଗମ୍ବିନୋଙ୍କ ଦିସଇଜ ଆମେରିକା ଚାରୋଟି ପୁରସ୍କାର ଜିଣିଛି ସେହିପରି କାର୍ଡି ବି ସର୍ବୋତ୍ତମ ରାପ ଆଲବମ ଗ୍ରାମୀ ପୁରସ୍କାର ପାଇବାରେ ପ୍ରଥମ ମହିଳା ଭାବେ ଗୌରବ ଅର୍ଜନ କରିଛନ୍ତି 85 ବର୍ଷ ବୟସ୍କ କ୍ୟୁନ୍ସି ଜୋନ୍ସ ସର୍ବୋତ୍ତମ ସଂଗୀତ ଚଳଚିତ୍ର ପାଇଁ 28 ତମ ଗ୍ରାମୀ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି