ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ କେନ୍ଦ୍ରସରକାର କୃଷକ ମାନଙ୍କ ହିତସାଧନ ନିମନ୍ତେ କାର୍ଯ୍ୟ କରୁଛନ୍ତି | ଉତ୍ତରାଖଣ୍ଡ ର ଉଦ୍ଧମସିଂ ନଗର ଜିଲ୍ଲା ସ୍ଥିତ ରୁଦ୍ରପୁର ରେ ଏକ ରାଲୀ ରେ ଉଦବୋଧନ ଦେବା ସମୟରେ ସେ ଏକଥା କହିଛନ୍ତି |
ଖରାପ ପାଗ ଯୋଗୁଁ ସେ ରୁଦ୍ରପୁର ରାଲୀରେ ପହଞ୍ଚିପାରିନଥିବାରୁ ଜିମକାରବେଟ ଜାତୀୟ ଉଦ୍ୟାନ ର ଧିକଲା ଜୋନ ରୁ ମୋବାଇଲ ଫୋନ ଜରିଆରେ ଏକ ସାଧାରଣ ସଭାରେ ସେ ଉଦବୋଧନ ଦେଇଥିଲେ | ମଧ୍ୟବର୍ତ୍ତୀ କାଳୀନ ବଜେଟ ରେ କୃଷକ ମାନଙ୍କ ମଙ୍ଗଳକାମନା ନିମନ୍ତେ ଅନେକ ନୂତନ ଯୋଜନା ର ବ୍ୟବସ୍ଥା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ |
ରୁଦ୍ରପୁର ରାଲୀ ରେ ପ୍ରଧାନମନ୍ତ୍ରୀ ଙ୍କ ଅନୁପସ୍ଥିତିରେ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ସମବାୟ ବିଭାଗ ର ଦୁଇଟି ଯୋଜନା ର ଶୁଭାରମ୍ଭ କରିଥିଲେ | ଏହି ଅବସରରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ରାଧା ମୋହନ ସିଂ ଓ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥୱରଚାନ୍ଦ ଗେହେଲଟ ମଧ୍ୟ ଉପସ୍ଥିତ ଥିଲେ |