ପ୍ରସାର ଭାରତୀୟ ଅଧ୍ୟକ୍ଷ ଏ. ସୂର୍ଯ୍ୟପ୍ରକାଶ ନିର୍ବାଚନ ସମ୍ବନ୍ଧୀୟ ଖବର ପ୍ରସାରଣ ସମୟରେ ଭାଷାଗତ ଓ ସାଂସ୍କୃତିକ ବିଷୟ କୁ ଦୃଷ୍ଟିରେ ରଖିବା ସହ ରାଜନୈତିକ ବିବିଧତାକୁ ସମ୍ମାନ ଜଣାଇବା ପ୍ରତି ଗୁରୁତ୍ଵାରୋପ କରିଛନ୍ତି |ଦେଶର ବିଭିନ୍ନ ରାଜନୈତିକ ଓ ଅର୍ଥନୈତିକ ବିଷୟ ନେଇ ଅଧିକ ଜ୍ଞାନ ଆହରଣ କରିବା ଲାଗି ନିର୍ବାଚନ ସୁଯୋଗ ପ୍ରଦାନ କରିଥାଏ ବୋଲି ସେ କହିଛନ୍ତି |
ସାଧାରଣ ନିର୍ବାଚନ ସଙ୍କ୍ରାନ୍ତରେ ଆକାଶବାଣୀ ର ସମ୍ବାଦ ସେବା ବିଭାଗ ଓ ଡ଼ିଡ଼ି ନ୍ୟୁଜ ଦ୍ଵାରା ଆୟୋଜିତ ଏକ ମିଳିତ ସମ୍ମିଳନୀ କୁ ଉଦଘାଟନ କରି ସେ ଏକଥା କହିଛନ୍ତି |
ଏହି ଅବସରରେ ଉଦବୋଧନ ଦେଇ ସୂଚନା ଓ ପ୍ରସାରଣ ସଚିବ ଅମିତ ଖରେ କହିଛନ୍ତି ଯେ ଆକାଶବାଣୀ ଓ ଦୂରଦର୍ଶନ ସମ୍ବାଦ ସେମାନଙ୍କର ବିଶ୍ଵସନୀୟତା ନେଇ ବେଶ ଆଦୃତ ଯାହାକି ବର୍ତ୍ତମାନ ପରିସ୍ଥିତିରେ ନିହାତି ଆବଶ୍ୟକ | ସେ କହିଛନ୍ତି ଯେ ଶୀଘ୍ର ସମ୍ବାଦ ପ୍ରସାରଣ କରିବା ଅପେକ୍ଷା ସଠିକ ଖବର ପ୍ରସାରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ |
ପ୍ରସାର ଭାରତୀୟ ଶଶି ଶେଖର ବେମ୍ପତ୍ତି ଦୁଇ ସଂଗଠନ ମଧ୍ୟରେ ଉତ୍ତମ ସମନ୍ଵୟ ରକ୍ଷା କରିବା ଉପରେ ଜୋର ଦେଇଛନ୍ତି |
ଆକାଶବାଣୀ ସମ୍ବାଦ ସେବା ବିଭାଗ ମହାନିର୍ଦ୍ଦେଶକ କହିଛନ୍ତି ଯେ ଲୋକମାନଙ୍କ ନିକଟରେ ବିଶ୍ଵସନୀୟ ଖବର ପହଞ୍ଚାଇବାଲାଗି ଆକାଶବାଣୀ ସମ୍ବାଦ ଅନେକ ପଦକ୍ଷେପ ଗ୍ରହଣ କରିଛି | ସମ୍ପ୍ରତ୍ତି ମଧ୍ୟବର୍ତ୍ତୀ କାଳୀନ ବଜେଟ ଉପସ୍ଥାପନା ପରେ କିପରି ଅର୍ଥ ମନ୍ତ୍ରୀ ଙ୍କ ସାକ୍ଷାତକାର ର ସିଧାସଳଖ ପ୍ରସାରଣ କରାଗଲା ସେ ନେଇ ମଧ୍ୟ ସେ ବର୍ଣ୍ଣନା କରିଥିଲେ |
ଏହି ଅବସରରେ ଡ଼ିଡ଼ି ନ୍ୟୁଜ ମହାନିର୍ଦ୍ଦେଶକ ମୟଙ୍କ କୁମାର ଅଗ୍ରୱାଲ ଓ ପିଆଇବି ର ପ୍ରଧାନ ମହାନିର୍ଦ୍ଦେଶକ ସିତାଂଶୁ କର ମଧ୍ୟ ଉପସ୍ଥିତ ଥିଲେ |