ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଦେଶରେ ବିଶେଷକରି ଜମ୍ମୁ କଶ୍ମୀରରେ ନିରାପତ୍ତା ପରିସ୍ଥିତି ଉପରେ ଗତକାଲି ସମୀକ୍ଷା କରିଛନ୍ତି | ମନ୍ତ୍ରଣାଳୟ ସୂତ୍ରରୁ ଉଦ୍ଧାର କରି ପିଟିଆଇ କହିଛି ଯେ ଜମ୍ମୁ କଶ୍ମୀରରେ ପାକିସ୍ତାନ ଭିତ୍ତିକ ସନ୍ତ୍ରାସବାଦିମାନେ ଯେପରି ଶାନ୍ତି ଭଙ୍ଗ ନକରିପାରିବେ ସେଥିପାଇଁ ନିରାପତ୍ତା ବ୍ୟବସ୍ଥା ଉପରେ ମନ୍ତ୍ରୀ ସମୀକ୍ଷା କରିଛନ୍ତି | ଏବେ କଶ୍ମୀରରେ ସକ୍ରିୟ ଥିବା ସନ୍ତ୍ରାସବାଦିମାନଙ୍କୁ କଡା ଜବାବ ଦେବାକୁ ସମ୍ଭାବ୍ୟ ପଦକ୍ଷେପ ନେବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦେଶ ଦେଇଛି | ଏହି ବୈଠକରେ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜୀତ ଡୋଭାଲ ମଧ୍ୟ ଯୋଗଦେଇଥିଲେ |