ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗତକାଲି ବୈଦେଶିକ ମନ୍ତ୍ରୀ ଦାୟିତ୍ଵ ତାଙ୍କ ଲିକୁଡ ପାର୍ଟି ର ୟିସ୍ରାଏଲ କାଜ ଙ୍କୁ ହସ୍ତାନ୍ତର କରିଛନ୍ତି |
ନେତାନ୍ୟାହୁ, ସ୍ୱାସ୍ଥ୍ୟ ଓ ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ଵ ସହ ଅନେକ ବିଭାଗ ର ଦାୟିତ୍ଵ ନିଜ ପାଖରେ ରଖିଛନ୍ତି ବୋଲି ଯୁକ୍ତି ବାଢି ଏହା ବିରୁଦ୍ଧରେ ଇସ୍ରାଏଲ ର ଏକ ଏନଜିଓ ଏକ ଆବେଦନ ଦାଖଲ କରିବା ପରେ ଓ ଅପ୍ରେଲ 9 ତାରିଖରେ ନିର୍ବାଚନ ହେବା ପୂର୍ବରୁ ଏହି ପଦକ୍ଷେପ ନିଆଯାଇଛି |
ପରିବହନ ଓ ଗୁଇନ୍ଦା ବିଭାଗ ମନ୍ତ୍ରୀ ଥିବା ଶ୍ରୀ କାଜ ଙ୍କୁ କାମଚଳା ବୈଦେଶିକ ମନ୍ତ୍ରୀ ଦାୟିତ୍ଵ ଦେବା ଲାଗି ଶ୍ରୀ ନେତାନ୍ୟାହୁ ଇଚ୍ଛା ପ୍ରକଟ କରିଥିଲେ ବୋଲି ଲିକୁଡ ପାର୍ଟି ମୁଖପାତ୍ର କହିଛନ୍ତି | ସେଠାରେ ବୈଦେଶିକ ମନ୍ତ୍ରୀ ବିଭାଗ କୁ ଉଚ୍ଚ କ୍ଷମତାପର୍ଣ୍ଣ ଓ ଅତ୍ୟନ୍ତ ସମ୍ମାନଜନ ଭାବେ ବିବେଚନା କରାଯାଏ | ଶ୍ରୀ ନେତାନ୍ୟାହୁଙ୍କ ବିରୁଦ୍ଧରେ ଅନେକ ଦୁର୍ନୀତି ମାମଲା ତଦନ୍ତ କରାଯାଉଥିବା ବେଳେ ଏହି ନିର୍ବାଚନରେ ସେ ବିଜୟ ଲାଭ କରିବେ ବୋଲି ଏକଜିଟ ପୋଲ ରେ କୁହାଯାଉଛି |