ଭାରତରେ ପୁଞ୍ଜିନିବେଶ ପାଇଁ ବୁଲଗେରିଆର ପ୍ରବାସୀ ଭାରତୀୟମାନଙ୍କୁ ଆମନ୍ତ୍ରଣ କଲେ ସୁଷମା ସ୍ବରାଜ

ବୈଦେଶିକ ମନ୍ତ୍ରୀ ସୁଷମା ସ୍ବାରାଜ ଭାରତକୁ ଏକ ସ୍ବର୍ଣ୍ଣିମ ସୁଯୋଗର ଦେଶ ବୋଲି ଅବିହିତ କରି ଏଠାରେ ପୁଞ୍ଜିନିବେଶ କରି ପରିବର୍ତ୍ତନର ଯାତ୍ରାରେ ସହଭାଗି ହେବାକୁ ବୁଲଗେରିଆରେ ଅବସ୍ଥିତ ପ୍ରବାସୀ ଭାରତୀୟମାନଙ୍କୁ ଆମନ୍ତ୍ରଣ କରିଛନ୍ତି ।  ରବିବାର ଦିନ ବୁଲଗେରିଆର ରାଜଧାନୀ ସୋଫିଆରେ ପ୍ରବାସୀ ଭାରତୀୟମାନଙ୍କୁ ଉଦବୋଧନ ଦେଇ ଦୁଇ ଦେଶ ମଧ୍ୟରେ ଦ୍ବିପକ୍ଷୀୟ ସଂପର୍କକୁ ମଜବୁତ କରିବାରେ ପ୍ରବାସୀ ଭାରତୀୟ ମାନଙ୍କ ଯୋଗଦାନକୁ ପ୍ରଶଂସା କରିଛନ୍ତି । ଶ୍ରୀମତି ସ୍ବରାଜ ମୋରୋକୋ ଏବଂ ସ୍ପେନ ସମେତ ବୁଲଗେରିଆକୁ ଗସ୍ତରେ ଯାଇଛନ୍ତି। ଶ୍ରୀମତୀ ସ୍ବରାଜ କହିଛନ୍ତି ଏନଡିଏ ସରକାରରେ ପ୍ରବାସୀ ଭାରତୀୟମାନଙ୍କ ପାଇଁ ନୂତନ ନୀତି ଗ୍ରହଣ କରାଯାଇଛି ଏବଂ ବିଦେଶରେ ରହୁଥିବା ଭାରତୀୟ ନାଗରିକମାନଙ୍କ ପ୍ରତି ସରକାର ଅଧିକ ଗୁରୁତ୍ବ ଦେଉଛନ୍ତି ।