ଜମ୍ମୁ କଶ୍ମୀର ପ୍ରଶାସନ କଶ୍ମୀରର ପାଞ୍ଚ ଜଣ ବିଚ୍ଛିନ୍ନତାବାଦି ନେତାଙ୍କ ସୁରକ୍ଷା ବଳୟକୁ ରବିବାର ଦିନ ପ୍ରତ୍ୟାହାର କରିଛନ୍ତି।ଏହି ପାଞ୍ଚ ଜଣ ନେତା ହେଲେ ମୀରୱାଜ ଉମର ଫାରୁକ, ଅବଦ୍ଦୁଲ ଗନି ଭଟ୍ଟ, ବିଲାଲ ଲୋନ, ହାସୀମ କ୍ୟୁରେସୀ ଏବଂ ଶବିର ଶାହ। ପୁଲୱାମା ଆକ୍ରମଣ ପରିପ୍ରେକ୍ଷୀରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସରକାରୀ ଆଦେଶ ଅନୁଯାୟୀ ଏହି ନେତାମାନଙ୍କ ଠାରୁ ତୁରନ୍ତ ସୁରକ୍ଷା ବାହିନୀ ଗାର୍ଡ ସହିତ ସରକାରୀ ଗାଡି ପ୍ରତ୍ୟାହାର କରାଯାଇଛି। ସ୍ବାରଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ଦିନ ଶ୍ରୀନଗର ଗସ୍ତରେ ଯାଇ କହିଥିଲେ ଯେ ପାକିସ୍ତାନ ଏବଂ ଏହାର ଏଜେନ୍ସି ଠାରୁ ଅର୍ଥ ପାଉଥିବା ଲୋକଙ୍କୁ ମିଳିଥିବା ସୁରକ୍ଷାର ସମୀକ୍ଷା କରାଯିବ।