ସିରିଆର ଇଦଲିବରେ ଦୁଇଟି ବୋମା ବିସ୍ଫୋରଣରେ 24 ନିହତ

 

ସିରିଆର ଇଦଲିବ ସହରରେ ଦୁଇଟି ବୋମା ବିସ୍ଫୋରଣରେ ଘଟି ଚାରି ଜଣ ପିଲା ସମେତ 24 ଜଣ ଲୋକ ପ୍ରାଣ ହାଇଛନ୍ତି । ପ୍ରଥମେ ଏକ କାର ତଳେ ରଖାଯାଇଥିବା ବୋମାଟି ବିସ୍ଫୋରିତ ହୋଇଥିଲା।  ପ୍ରଥମ ବିସ୍ଫୋରଣ ପରେ ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚିବା ମାତ୍ରେ ମୋଟର ସାଇକେଲରେ ରଖାଯାଇଥିବା ଦ୍ବିତୀୟ ବମ ବିସ୍ଫୋରିତ ହୋଇଥିଲା । ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ଗୋଷ୍ଠି ଦାବି କରିନାହିଁ।