ୟୁରୋପୀୟ ଅଟୋ ଉପରେ ଆମେରିକା ଆମଦାନି ଶୁଳ୍କ ଲାଗୁକଲେ ଏହାର ଯଥେଷ୍ଟ ଉତ୍ତର ଦେବାକୁ ଯୁରୋପୀୟ ସଂଘର ଚେତାବନୀ

 

ୟୁରୋପୀୟ ଅଟୋ ଉପରେ ଆମେରିକା ଆମଦାନି ଶୁଳ୍କ ଲାଗୁକଲେ ଏହାର ତୁରନ୍ତ ଏବଂ ଜୋରଦାର ଉତ୍ତର ଦେବାକୁ ଯୁରୋପୀୟ ସଂଘ ଚେତାବନୀ ଦେଇଛି ।  ଆଗାମୀ 90 ଦିନ ମଧ୍ୟରେ କାର ଶୁଳ୍କ ଲାଗୁ କରିବା ପାଇଁ ଆମେରିକାର ବାଣିଜ୍ୟ ବିଭାଗ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କ୍ଷମତାପ୍ରଦାନ କରି ଦେଇଥିବା ଏକ ରିପୋର୍ଟ ପରେ ୟୁରୋପୀୟ ସଂଘ ଏହି ଚେତାବନି ଦେଇଛି। ଟ୍ରମ୍ପ କହିଛନ୍ତି ଆମେରିକାର କାର ଶିଳ୍ପଗୁଡିକ ପ୍ରତି କ୍ଷତି ପହଞ୍ଚୁ ଥିବାରୁ ୟୁରୋପୀୟ ଅଟୋ ବିଶେଷ କରି ଜର୍ମାନୀ ଉପରେ 25 ଭାଗ ଆମଦାନୀ ଶୁଳ୍କ ଲାଗୁ କରିବାକୁ ଧମକ ଦେଇଥିଲେ।