ବାଣିଜ୍ୟ ବୁଝାମଣା ଚୂଡାନ୍ତ କରିବାକୁ ଆମେରିକା ଓ ଚୀନର ବରିଷ୍ଠ ବାଣିଜ୍ୟ ଅଧିକାରୀମାନଙ୍କ ମଧ୍ୟରେ ଆଉ ଏକ ପର୍ଯ୍ୟାୟ କଥାବାର୍ତ୍ତା ୱାଶିଂଟନରେ ଆରମ୍ଭ ହୋଇଛି | ମାର୍ଚ୍ଚ ପହିଲାର ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଏକ ବ୍ୟାପକ ବାଣିଜ୍ୟ ଚୁକ୍ତି ଉପରେ ବୁଝାମଣା ସକାଶେ ପୁଣି ଏହି କଥାବାର୍ତ୍ତା ଆରମ୍ଭ ହୋଇଛି |
ଦୁଇଦିନ ଧରି ଚାଲିବାକୁ ଥିବା ଏହି କଥାବାର୍ତ୍ତା ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଶେଷ ପର୍ଯ୍ୟାୟ କଥାବାର୍ତ୍ତା ଥିବାର ଅନୁମାନ କରାଯାଉଛି |
ଉଭୟ ଦେଶ ମଧ୍ୟରେ ଉତ୍ପନ୍ନ ବାଣିଜ୍ୟ ବିବାଦକୁ ଅସ୍ଥାୟୀ ଭାବେ ବନ୍ଦ କରି ମାର୍ଚ୍ଚ ମାସ ପହିଲା ସୁଦ୍ଧା ଏକ ବାଣିଜ୍ୟ ଚୁକ୍ତିରେ ଉପନ୍ନିତ ହେବାକୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏବଂ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ ଗତବର୍ଷ ଡିସେମ୍ବର ମାସରେ ରାଜି ହୋଇଥିଲେ |