ପ୍ରବାସୀ ଭାରତୀୟ ମାନଙ୍କ ଅନଲାଇନ ମତଦାନ ଅଧିକାର ବିଷୟରେ ମିଥ୍ୟା ଖବରର ତଦନ୍ତ କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି

ଆଗାମୀ ଲୋକସଭା ନିର୍ବାଚନରେ ପ୍ରବାସୀ ଭାରତୀୟ (NRI) ମାନଙ୍କ ଅନଲାଇନ ମତଦାନ ଅଧିକାର ବିଷୟରେ ମିଥ୍ୟା ଖବରର ତଦନ୍ତ କରିବାକୁ ନିର୍ବାଚନ କମିଶନ ଶୁକ୍ରବାରଦିନ ଦିଲ୍ଲୀ ପୋଲିସ ନିକଟରେ ଏକ ଅଭିଯୋଗ ଦାଖଲ କରିଛନ୍ତି |  ଏହି ମିଥ୍ୟା ଖବରର ତଦନ୍ତ କରିବାକୁ ନିର୍ବାଚନ କମିଶନ ଦିଲ୍ଲୀ ପୋଲିସକୁ କହିଛନ୍ତି |

ଲୋକମାନଙ୍କୁ ବିଭ୍ରାନ୍ତ କରିବାକୁ ସାମାଜିକ ଗଣମାଧ୍ୟମରେ  ନିର୍ବାଚନ କମିଶନଙ୍କ ପ୍ରତୀକ ଚିହ୍ନ ବ୍ୟବହାର କରାଯାଇଥିବା ବିଷୟ କମିଶନ ଏହାର ଅଭିଯୋଗରେ ଉଲ୍ଲେଖ କରିଛନ୍ତି |

ଏଭଳି ପ୍ରକାର ମିଥ୍ୟା ଖବର ଭାରତୀୟ ପିଙ୍ଗଳ ଆଇନକୁ ଲଂଘନ କରୁଛି ଏବଂ ଏହା ଲୋକମାନଙ୍କ ମଧ୍ୟରେ ବିଭ୍ରାନ୍ତ ସୃଷ୍ଟି କରୁଥିବା ବିଷୟ ମଧ୍ୟ ଅଭିଯୋଗରେ କୁହାଯାଇଛି |