ସୁଦାନ ରାଷ୍ଟ୍ରପତି ଓମର ଅଲ-ବଶିର ତାଙ୍କ କ୍ୟାବିନେଟ ଏବଂ ସମଗ୍ର ଦେଶରେ ସ୍ଥାନୀୟ ସରକାର ଗୁଡିକୁ ଭଙ୍ଗ କରି ଏକ ବର୍ଷ ବ୍ୟାପି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି |
ଗତକାଲି ଟେଲିଭିଜନରେ ଏକ ସମ୍ବୋଧନରେ ସୁଦାନ ରାଷ୍ଟ୍ରପତି ଓମର ଅଲ-ବଶିର ଏହା ଘୋଷଣା କରିଛନ୍ତି | ବଶିରଙ୍କ ଶାସନ ବିରୁଦ୍ଧରେ ଗତ କିଛି ମାସ ଧରି ସମଗ୍ର ଦେଶରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିବା ବେଳେ ସେ ଏହି ଘୋଷଣା କରିଛନ୍ତି |
2020 ମସିହାରେ ସୁଦାନ ରାଷ୍ଟ୍ରପତି ଓମର ଅଲ-ବଶିରଙ୍କ କାର୍ଯ୍ୟକାଳ ସମାପ୍ତ ହେଉଛି |